Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପାରିବାରିକ କଳହର କରୁଣ ପରିଣତି, ନଅ ମାସର ପୁଅକୁ ଟ୍ରକ ଆଗକୁ ଫିଙ୍ଗି ଦେଲା ମା’

19/05/2021 at 11:02 PM

ଭଦ୍ରକ, ୧୯/୫: ସ୍ୱାମୀ ପ୍ରଥମ ବିବାହ କରିଥିଲେ, ପିଲାପିଲି ଥିଲେ, କିନ୍ତୁ ପୁଣି ଆଉ ଗୋଟିଏ ବିବାହ କଲେ । ଏମିତି କି ଦ୍ଵିତୀୟ ସ୍ତ୍ରୀକୁ ଭଡା ଘରେ ରଖୁଥିଲେ ମଧ୍ୟ ପିଲା ହେବା ପରେ ତାଙ୍କ ପାଖକୁ ଗଲେ ନାହିଁ । ସେଥି ପାଇଁ ପୁଣି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେବାରୁ ଦ୍ଵିତୀୟ ସ୍ତ୍ରୀ ନିଜ ପିଲାକୁ ଗାଡି ସମ୍ମୁଖକୁ ଫିଙ୍ଗି ପରେ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ପରେ ଆପୋଷ ବୁଝାମଣାରେ ଫେରିଛନ୍ତି ଦମ୍ପତି । ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାରିଘରିଆ ନିକଟ ମୁଣ୍ଡା ସାହିରେ ।

ସୂଚନାଯୋଗ୍ୟ ଯେ, ଚାରି ଘରିଆ ମୁଣ୍ଡା ସାହିର ବିଜୟ ମୁର୍ମୁ ପ୍ରଥମେ ବିବାହ କରିଥିଲେ l ପ୍ରଥମ ସ୍ତ୍ରୀ ଙ୍କର ପିଲା ହେବା ପରେ ପୁଣି ଦ୍ଵିତୀୟ ବିବାହ କରିଥିଲେ । ଦ୍ଵିତୀୟ ସ୍ତ୍ରୀଙ୍କର ପୁଅ ହେବା ପରେ ଆଉ ଘରକୁ ନେଲେ ନାହିଁ କି ଆଉ ଆସିଲେ ନାହିଁ । କଳହ ବଢିବାରୁ ବିଜୟଙ୍କ ଦ୍ଵିତୀୟ ସ୍ତ୍ରୀ ତାଙ୍କ ନଅମାସର ଶିଶୁ ପୁତ୍ରକୁ ଏକ ଟ୍ରକ ସମ୍ମୁଖକୁ ଫିଙ୍ଗି ଦେଇଥିଲେ । ଟ୍ରକ ଚାଳକ ଗାଡି ଅଟକାଇ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ପରେ ପୁଣି ଦୁଇ ଜଣ ସ୍ୱାମୀ ସ୍ତ୍ରୀଙ୍କୁ ଅଟକ ରଖିବା ସହ ଶିଶୁ ପୁତ୍ରକୁ ମେଡିକାଲରେ ଚିକିତ୍ସା କରାଇଥିଲେ । ସେଠାରେ ଟାଉନ ପୋଲିସ ପହଂଚିବା ପରେ ଉଭୟଙ୍କୁ ଥାନାକୁ ନେଇଥିଲା । ପରେ ଆପୋଷ ବୁଝାମଣାରେ ଉଭୟ ସ୍ୱାମୀ ସ୍ତ୍ରୀ ଘରକୁ ଫେରିଛନ୍ତି ।

   Related Posts