୮ ମାସର ଶିଶୁକୁ କାଟି ଦେଲା ଜନ୍ମକଲା ମା : ତନ୍ତ୍ର-ମନ୍ତ୍ର ନା ମାନସିକ ସମସ୍ୟା, ଏପରି କଣ ହେଲା ଯେ ଜନ୍ମଦାତ୍ରୀ ନେଲା ଚରମ ପଦକ୍ଷେପ

Published By : Prameya-News7 Bureau | January 18, 2021 IST

ଭୋପାଳ ୧୮/୦୧ : ମଧ୍ୟ ପ୍ରଦେଶର ଅଶୋକ ନଗର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ୮ମାସର ଶିଶୁକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଏହି ଘଟଣା ଚନ୍ଦେରୀ ଥାନା ଅନ୍ତର୍ଗତ ଚୁରାରୀ ଗାଁର ଘଟଣା ଏବଂ ଏହି ହତ୍ୟାକାଣ୍ଡ ଜାନୁୟାରୀ ୧୬ ତାରିଖରେ ଘଟିଥିବା ସୂଚନା ମିଳିଛି । ଘଟଣା ପରେ ଅଭିଯୁକ୍ତ ମହିଳାକୁ ଗିରଫ କରିଛି ପୋଲିସ ।

ଏହି ଘଟଣାରେ ଅଭିଯୁକ୍ତ ମହିଳାର ଭଉଣୀ କହିଛନ୍ତି, ଆମେ ସମସ୍ତେ ଘରେ ଥିଲୁ । ହଠାତ ତାଙ୍କ ଭଉଣୀ ଶିଶୁଟିକୁ ନେଇ ବାହାରକୁ ଚାଲିଯାଇଥିଲେ । ସେ ଯେତେବେଳେ ବାହାରକୁ ଯାଇ ଦେଖିଥିଲେ ଏବଂ ଯାହା ଦେଖିଥିଲେ ତାହା ତାଙ୍କୁ ସ୍ତବ୍ଧ କରିଦେଇଥିଲା । ୮ମାସର ଶିଶୁର ମୃତଦେହ ରାସ୍ତା ଉପରେ ପଡିଥିଲା ଏବଂ ପାଖରେ ଏକ ଟାଙ୍ଗିଆ ପଡିଥିଲା । ତେବେ ଏହି ଖବରକୁ ପରିବାର ଲୋକେ ଚାପିଦେବାକୁ ଉଦ୍ୟମ କରିଥିଲେ ସୁଦ୍ଧା ଉକ୍ତ ମହିଳାଙ୍କ ପଡୋଶୀ ପୋଲିସକୁ ଖବର ଦେଇଦେଇଥିଲେ ।

ଏହା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍‌ କରିଥିଲା । ତେବେ ତଦନ୍ତ ବେଳେ ପୋଲିସ କହିଛି ଯେ, ଗିରଫ ଅଭିଯୁକ୍ତ ମହିଳାଙ୍କର ସମାନସିକ ଅବସ୍ଥା ଠିକ ନଥିଲା । ତାଙ୍କର କୌଣସି ଜଣେ ରାମପାଲ ବାବାଙ୍କ ସହ ସଂଯୋଗ ଥିଲା ଯିଏକି ବର୍ତ୍ତମାନ ଜେଲରେ ଅଛନ୍ତି ।  ପୋଲିସ କହିଛି ଉକ୍ତ ମହିଳା ଜେଲରେ ଥିବା ବାବାଠାରୁ ପ୍ରଭାବିତ ହୋଇଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ମହିଳା ପୋଲିସକୁ କହିଥିଲା ଯେ, ‘ସେ କୋର ଝିଅ ନଥିଲା ବରଂ ଛେଳି ଥିଲା । ସେଥିପାଇଁ ତାକୁ କାଟିଦେଲି’ ।

ପୋଲିସ କହିଛି ଏହା କୌଣସି ତନ୍ତ୍ରମନ୍ତ୍ର ଘଟଣା ନୁହେଁ । କାରଣ ଘଟଣାସ୍ଥଳରେ କୌଣସି ତନ୍ତ୍ରମନ୍ତ୍ର ସାମଗ୍ରୀ କିମ୍ବା କୌଣସି ବହି ଜବତ କରାଯାଇନାହିଁ । ମହିଳାଙ୍କର ମାନସିକ ଅବସ୍ଥା ଠିକ୍‌ ନଥିଲା । ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ବର୍ତ୍ତି କରି ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.