କରୋନା ମହାମାରୀକୁ ଦୂର କରିବା ପାଇଁ ଖରା ଗରମରେ ଅଗ୍ନି ଝାସ ମଧ୍ୟରେ ବସି ତପସ୍ୟା କରୁଛନ୍ତି ସାଧୁ

Published By : Prameya-News7 Bureau | May 06, 2020 IST

ପଲବଲ ୦୬/୦୫ : ହରିୟାଣାର ପଲବଲ ଜିଲ୍ଲା ଅନ୍ତର୍ଗତ ପ୍ରହ୍ଲାଦପୁରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି | ମନ୍ଦିରର ଜଣେ ମହନ୍ତ ଖରା ଓ ଗରମରେ ବସି ତପସ୍ୟା କରୁଛନ୍ତି | ସେ ହେଲେ ଯମୁନା ନଦୀ କୁଳରେ ଅବସ୍ଥିତ ପ୍ରାଚୀନ ଶିବ ମନ୍ଦିରର ମହନ୍ତ ଶ୍ରୀ ଶ୍ରୀ ୧୦୮ ଶ୍ରୀ ବାଲ୍ମୀକି ଦାସ ମହାରାଜ | ତପସ୍ୟା ସମୟରେ ମନ୍ଦିର ଚାରିପାଖେ ଅଗ୍ନି ପ୍ରଜ୍ବଳିତ କରି ମହନ୍ତ ମଝିରେ ବସି ତପସ୍ୟା କରୁଛନ୍ତି | ପ୍ରହ୍ଲାଦପୁର ନିବାସୀ ମହନ୍ତଙ୍କ ଶିଷ୍ୟ ପଣ୍ଡିତ ଶ୍ୟାମ କହିଛନ୍ତି ଯେ, ସୋମବାର, ମେ ୪ ତାରିଖରେ ତପସ୍ୟାର ଶୁଭାରମ୍ଭ କରାଯାଇଛି | ତପସ୍ୟା ଆସନ୍ତା ୪୧ ଦିନ ପର୍ଯ୍ୟନ୍ତ ଚାଲିବ | 

ତପସ୍ୟା ପାଇଁ ବାବା ବାଲ୍ମୀକି ଦାସ ମହାରାଜ ପ୍ରତିଦିନ ସକାଳ ୧୧ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଅଗ୍ନି କୁଣ୍ଡ ପାଖରେ ବସି ତପସ୍ୟା କରୁଛନ୍ତି | ସୋମବାର ଶୁଭାରମ୍ଭ ଦିନ ତପସ୍ୟା ସ୍ଥଳରେ ମନ୍ଦିରର ମହାରାଜ ୨୧ ଜାଗାରେ ୨୧-୨୧ଟି ଗୋବତ୍ସା ଖସିରେ ଅଗ୍ନି ପ୍ରଜ୍ବଳିତ କରି ତାର ଠିକ ମଝିରେ ବସି ତପସ୍ୟା କରୁଛନ୍ତି |

୪୧ ଦିନ ପରେ ତପସ୍ୟା ଉଦଯାପନ ହେବ | ମହାରାଜଙ୍କ ଶିଷ୍ୟ କହିଛନ୍ତି ଏହା ମହାରାଜଙ୍କ ସପ୍ତମ ଅଗ୍ନି ତପସ୍ୟା | ଏହା ପୂର୍ବରୁ ସେ ୬ଥର ଅଗ୍ନି ତପସ୍ୟା ନିଅ ଦିଲ୍ଲୀ ସ୍ଥିତ କଟବାରିଆ ଗୁରୁ ଗୋରଖନାଥ ମନ୍ଦିରରେ କରିସାରିଛନ୍ତି | ଏଥର ସେ ନିଜର ଅନ୍ୟ ଆଶ୍ରମ ପ୍ରହ୍ଲାଦପୁର ସ୍ଥିତ ପ୍ରାଚୀନ ଶିବ ମନ୍ଦିରରେ ତପସ୍ୟା କରୁଛନ୍ତି | ମହାରାଜଙ୍କ ଶିଷ୍ୟ କହିଛନ୍ତି ଯେ, ଅଗ୍ନି ତପସ୍ୟା ଛଡା ସେ ଅନେକଥର ଜଳ ତପସ୍ୟା ମଧ୍ୟ କରିସାରିଛନ୍ତି | ପ୍ରତ୍ୟେକ ତପସ୍ୟାର ଉଦ୍ଦେଶ୍ୟ ଦେଶରେ ବ୍ୟାପୁଥିବା ରୋଗର ନିରାକରଣ ଏବଂ ପର୍ଯାବରଣ ସ୍ୱଚ୍ଛତା ସହ ସାଧାରଣ ଜନତାଙ୍କ ସୁଖ ଶାନ୍ତି ଓ ସମୃଦ୍ଧି ଫେରାଇ ଆଣିବା |

ମହାରାଜଙ୍କ ଶିଷ୍ୟ କହିଛନ୍ତି ଯେ, ତପସ୍ୟା ଜରିଆରେ ମହାରାଜଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଲା ଦେଶରେ ବ୍ୟାପୁଥିବା କରୋନା ନାମକ ମହାମାରୀକୁ ସମୂଳେ ଧ୍ବଂସ କରିବା | ବର୍ତ୍ତମାନ ମନ୍ଦିର ପ୍ରାଙ୍ଗଣରେ ଲକଡାଉନ ଓ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖାଯାଇଛି | ତପସ୍ୟା ସମୟରେ ଲକଡାଉନ ନିୟମ ପାଳନ କରାଯାଉଛି | ମନ୍ଦିର ପ୍ରାଙ୍ଗଣରେ ତପସ୍ୟାରେ ଲୀନ ମହାରାଜଙ୍କ ସହିତ ଆଉ ୨-୪ ଜଣ ବ୍ୟକ୍ତି ହିଁ ଉପସ୍ଥିତ ଅଛନ୍ତି | ସେମାନେ ମଧ୍ୟ ଅଲଗା ଅଲଗା କାମରେ ବ୍ୟସ୍ତ ଅଛନ୍ତି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.