ମାଆକୁ ଡ଼ରି ଭାଇପାଖକୁ ଯାଉଥିବା ନାବାଳିକାକୁ ରାସ୍ତାରୁ ଉଠାଇନେଲେ ବୃଦ୍ଧ, ହୋଟେଲକୁ ନେଇ କଲେ ଦୁଷ୍କର୍ମ

Published By : Prameya-News7 Bureau | January 15, 2019 IST

ଗାଜିଆବାଦ ୧୫/୧- ବାପା-ମାଆକୁ ଡ଼ରି ଭାଇପାଖକୁ ଯାଉଥିଲା ନାବାଳିକା । ରାସ୍ତାରୁ ଉଠାଇନେଲା ବୃଦ୍ଧ କଲା ଦୁଷ୍କର୍ମ । ଏହିଭଳି ଅଭାବନୀୟ ଘଟଣା ଘଟିଛି ଗାଜିଆବାଦ ଗୋବିନ୍ଦପୁର ଅଂଚଳରେ ।

 ପୀଡ଼ିତା ବାପା-ମାଆଙ୍କୁ ଛାଡ଼ି ଭାଇପାଖକୁ ଯିବା ବାଟରେ ଘଟିଛି ଏହିଭଳି ଅଭାବନୀ୍ୟ ଘଟଣା । ବାପା-ମାଆଙ୍କୁ ଡ଼ରି କାହାକୁ କିଛି ନ ଜଣେଇ ସେ ଏକାଏକା ଘରୁ ବାହାରିଯାଇଥିଲା । ଗାଜିଆବାଦ ରେଳଷ୍ଟେସନରେ ଟ୍ରେନ ଚଢ଼ି ଦିଲ୍ଲୀ ଅଭିମୁଖେ ଯାଇଥିଲା । ଟ୍ରେନରେ ଯିବା ସମୟରେ ୬୨ ବର୍ଷ ବୟସ୍କ ସତୀଶ କୁମାର ନାମମ ଜଣେ ଲୋକ ଦେଖାଯାଇଥିଲା । ସେ ଭାଇ ପାଖରେ ପହଂଚାଇଦେବ ବୋଲି ମିଛ କଥା କହି ଅପହରଣ କରିନେଇଥିଲା । ସତୀଶ କୁମାର ନାବାଳିକାଙ୍କୁ ଗୋଟିଏ ହୋଟେଲକୁ ନେଇ ୩ ଘଣ୍ଟାକାଳ ଦୁଷ୍କର୍ମ କରିଥିବା କଥା ପୋଲିସ ଆଗରେ ପ୍ରକାଶ କରିଛି ।

ନାବାଳିକା ଅଶିକ୍ଷିତ ଥିଲା  । ଅନେକ ସମୟରେ ବାପା-ମାଆ କାମରେ ଲଗାଉଥିବାରୁ ସେହି ଭୟରେ ଘର ଛାଡ଼ି ଚାଲିଯିବା କଥା ଜଣାପଡ଼ିଛି । ପୀଡ଼ିତାଙ୍କ ଭାଇ ଦିଲ୍ଲିରେ ରହୁଥିବାରୁ କାହାକୁ ନ ଜଣେଇ ଚାଲିଆସିଥିଲା । ନାବାଳିକାର ନିଖୋଜହେବା ନେଇ ପରିବାର ଲୋକ ମଧ୍ୟ ଅନେକ ଖୋଜାଖୋଜି କରିଥିଲେ ।

ପିଡ଼ିତାଙ୍କୁ ତାଙ୍କ ପରିବାର ଲୋକ ଖୋଜାଖୋଜି କରି ପାଇ ନଥିଲେ । ନିଜାମୁଦ୍ଦିନ ଥାନା ଏ ବାବଦରେ ଜଣାଇବା ପରେ ପରିବାର ଲୋକ ଥାନାକୁ ଯାଇ ନାବାଳିକାକୁ ଘରକୁ ଆଣିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.