ଶୌଚ କରିବାକୁ ଯାଇଥିଲେ, ନଦୀରେ ବୁଡି ନାବାଳକ ମୃତ

Published By : Prameya-News7 Bureau | May 16, 2021 IST

ଯାଜପୁର ୧୬।୦୫: ବୁଢା ନଦୀକୁ ଶୌଚ କରିବାକୁ ଯାଇଥିବା ସମୟରେ ଗଭୀର ନଦୀର ସ୍ରୋତରେ ଭାସିଯାଇ ନାବାଳକର ମୃତ୍ୟୁl ମୃତକ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ଖଇରାବାଦ ପଂଚାୟତ ଅଡ଼ଙ୍ଗ ପୁରୁଷୋତ୍ତମପୁର ଗ୍ରାମର ଖଜି ଜହରଙ୍କ ୧୩ ବର୍ଷର ପୁଅ ଖାଜି ତାହିର ବୋଲି ଜଣାପଡ଼ିଛି l

ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ସମୟରେ ଖାଜି ତାହିର ନଦୀକୁ ଶୌଚ ହବାକୁ ଯାଇଥିବା ସମୟରେ ନଦୀର ଗଭୀର ସ୍ରୋତ ରେ ଭାସିଯାଇଥିଲା। କିଛି ସ୍ଥାନୀୟ ଗ୍ରାମବାସୀ ଏବଂ ସରପଞ୍ଚଙ୍କ ପ୍ରତିନିଧି ବିଜୟ କୁମାର ପୃଷ୍ଟି ଖାଜି ତାହିରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତିl ମୃତ ଖବର ଶୁଣି ଗାଁରେ ଶୋକାକୁଳ ପରିବେଶ ଖେଳି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.