ଟିକ୍‌ଟକ୍‌ ଭିଡିଓ ଲାଗି ନାବାଳକକୁ ଲଙ୍ଗଳାକରି ରାସ୍ତାରେ ଚଲାଇଲେ, ବେଲ୍ଟରେ ବାଡେଇଲେ...

Published By : Prameya-News7 Bureau | February 10, 2020 IST

ଜୟପୁର୧୦/୦୨- ଟିକ୍‌ଟକ୍‌ ଭିଡିଓ ଏବେର ସୋସିଆଲ ମିଡିଆ ଫ୍ରେଣ୍ଡଲି କମ୍‌ ବୟସ୍କ ଏବଂ ଯୁବ ପୀଢିଙ୍କ ଲାଗି ବେଶ୍‌ ଆକର୍ଷଣ । ଅନେକ ଏହାର ନିଶାରେ ପଡିଗଲା ଭଳି ଲାଗେ । ତେବେ ଏହାର ଏକ ବଡ଼ ବ୍ୟତିକ୍ରମ ଘଟଛି।  ଟିକ୍‌ଟକ୍‌ ଭିଡିଓ  ଲାଗି ଜଣେ ନାବାଳକକୁ ଲଙ୍ଗଳା କରି ରାସ୍ତାରେ ଚଲାଇଛନ୍ତି ଜଣେ ଝିଅର ସଂପର୍କୀୟ ।  ଆଉ  ବେଲ୍ଟରେ ପିଟିଛନ୍ତି । କେବଳ ସେତିକି ନୁହେଁ , ନିର୍ଯାତନାର ଭିଡିଓ କରି ଧମକ ବି ଦେଇଛନ୍ତି ।ଜୟପୁରରେ ଘଟିଥିବା ଏହି ଘଟଣା ନେଇ ପୋଲିସରେ ଉଭୟ ପକ୍ଷ ମାମଲା ରୁଜ୍ଜୁ କରିଥିବା ବେଳେ ୨ ଜଣ ଗିରଫ ଏବଂ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି ।

 ଘଟଣାଟି ହେଲା, ଜଣେ ନାବାଳକ ଜଣେ ଝିଅ ସହ ଟିକ୍‌ଟକ୍‌ ଭିଡିଓଟିଏ କରିଥିଲା । ବାସ୍‌ ତାପରେ ଭୋଗିଲା ପରିଣାମ । ସେହି ଝିଅର ଭାଇ ଏବଂ ଅନ୍ୟ ତିନିଜଣ  ଟିକ୍‌ଟକ୍‌ ଭିଡିଓ କରିଥିବା ନାବାଳକ ଜଣକୁ ଧରି ଦେଇଛନ୍ତି ଅକଥନୀୟ ନିର୍ଯାତନା ।ଭିଡିଓରେ ସେହି ନିର୍ଯାତନାର ଦୃଶ୍ୟ ବି ଭାଇରାଲ । ନାବାଳକ ଜଣକୁ ଲଙ୍ଗଳା କରି ରାସ୍ତାରେ ବୁଲାଇଛନ୍ତି , ତେବେ ତାର ମୁହଁ ଢାଙ୍କିଛନ୍ତି । ବେଲ୍ଟରେ ପିଟିବା ସହ ଅସଦାଚରଣ କରିଛନ୍ତି ।

ନାବାଳକର ଭୁଲ ହେଲା, ତାକୁ ନିର୍ଯାତନା ଦେଇଥିବା ଜଣେ ଅଭିଯୁକ୍ତର ଭଉଣୀ ସହ ସେ ଏକ ଟିକ୍‌ଟକ୍‌ ଭିଡିଓ ସୁଟ୍‌ କରିଥିଲା । ଆଉ ସେଥିଲାଗି ପ୍ରତିଶୋଧ ପରାୟଣ ହୋଇ ଝି୍ଅର ଭାଇ ଓ ତାର ସାଙ୍ଗମାନେ ନାବାଳକକୁ ନିର୍ଯାତନା ଦେଇଛନ୍ତି । ଭିଡିଓ ସୁଟ୍‌ କରି ଆହୁରି ଅପମାନିତ କରିଛନ୍ତି । ଏହି ଘଟଣାପରେ ଭୟଭୀତ ନାବାଳକ ଜଣକ କୌଣସି ଉପାୟରେ ସେଠାରୁ ଖସି ଘରକୁ ଦୌଡି ପଳାଇଥିଲା । ନାବାଳକଙ୍କ  ପରିବାର ପକ୍ଷରୁ ଅଭିଯୋଗ ଭିତ୍ତିରେ ଝିଅର ଭାଇ ଏବଂ ଅନ୍ୟ ଜଣେ ସହଯୋଗୀକୁ ଗିରଫ କରାଯାଇଛି । ଭିଡିଓ ସୁଟ୍‌ କରିଥିବା ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି । ସେପଟେ ଝିଅର ପରିବାର ପକ୍ଷରୁ ନାବାଳକ ନାମରେ ପକ୍ସୋ ଧାରାରେ ପଲଟା ଅଭିଯୋଗ କରାଯାଇଛି । ଦୁଇ ପକ୍ଷର ମାମଲା ଭିତ୍ତିରେ ଘଟଣାର ତଦନ୍ତ ଏବଂ କାର୍ଯାନୁଷ୍ଟାନ ହେବ ବୋଲି କହିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.