ସାବାସ ସୋନାଲି: କ୍ଷୀର ବିକାଳୀଙ୍କ ଝିଅ ହେଲେ ବିଚାରପତି
30/12/2020 at 4:02 PM

ଉଦୟପୁର୩୦/୧୨: କ୍ଷୀର ବିକାଳୀ ଝିଅ ହେଲେ ବିଚାରପତି। ରାଜସ୍ଥାନର ଉଦୟପୁରରେ ରହୁଥିବା ସୋନାଲି ଶର୍ମାଙ୍କ ପରିବାର ଲୋକେ କ୍ଷୀର ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ପାଠ ପଢ଼ା ବ୍ୟତୀତ ସୋନାଲି ପ୍ରତିଦିନ ଗାଈ ଗୋରୁ ସେବା ମଧ୍ୟ କରନ୍ତି। ଅଭାବ ଅନଟନ ଭିତରେ ବଢ଼ିଥିବା ସୋନାଲି ୨୦୧୮ ମସିହାରେ ରାଜସ୍ଥାନ ଜୁଡିସିଆଲି ସର୍ଭିସ୍ (ଆର୍ଜେସି) ପରୀକ୍ଷା ଦେଇଥିଲେ।

ଏହି ପରୀକ୍ଷାରେ ସୋନାଲି ପ୍ରଥମ ଥରରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୬ ବର୍ଷ ବୟସ୍କା ସୋନାଲି ବିଏ, ଏଲଏଲବି ଏବଂ ଏଲଏଲଏମ୍ ଅଧ୍ୟନ କରିବା ପରେ ମାଜିଷ୍ଟ୍ରେଟ୍ ବା ବିଚାରପତି ପାଇଁ ପ୍ରସ୍ତୁତ କରିଥିଲେ। ଗୋଟିଏ ବର୍ଷ ପ୍ରଶିକ୍ଷଣ ପରେ ସୋନାଲି ଆର୍ଜେଏସ୍ ପରୀକ୍ଷା ଦେଇଥିଲେ।
ଚଳିତ ବର୍ଷ ଡିସେମ୍ବର ମାସରେ ଆର୍ଜେଏସ୍ ପରୀକ୍ଷାର ଫଳାଫଳ ବାହାରିଥିଲା। ପ୍ରଥମ ଥରରେ ସୋନାଲି ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ରାଜସ୍ଥାନ ସେସନ୍ କୋର୍ଟରେ ମାଜିଷ୍ଟ୍ରେଟ୍ ଭାବେ ଯୋଗ ଦେଇଛନ୍ତି। ଝିଅର ଏଭଳି ସଫଳତା ଦେଖି ପରିବାର ଲୋକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। ଏପରି କି ସ୍ଥାନୀୟ ଲୋକେ ସୋନାଲିଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି।