ପାକିସ୍ତାନରେ ଜଣେ ପ୍ରଭାବଶାଳୀ ମୌଲବୀଙ୍କୁ ଘର ଆଗରେ ଗୁଳିକରି ମାରିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | October 11, 2020 IST

କରାଚି ୧୧/୧୦:  ପିକିସ୍ତାନ କରାଚିରେ ଘଟିଛି ଅଭାବନୀୟ ଘଟଣା। କରାଚିର ଜଣେ ବେଶ ପ୍ରଭାବଶାଳୀ ମୌଲବୀଙ୍କୁ ଗୁଳିକରି ହତ୍ୟା କରିଦେଇଛନ୍ତି ଦୁର୍ବୁତ୍ତ। ମୌଲବୀଙ୍କ ସମେତ ତାଙ୍କ ଡ୍ରାଇଭରଙ୍କୁ ବି ନିର୍ମମ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ କରାଚିରେ ଥିବା ଜାମିୟା ଫାରୁକିୟା ମଦରସାର ପ୍ରମୁଖ ମୌଲବୀ ଡାକ୍ତର ଆଦିଲ୍‌ ଖାନଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆଦିଲ୍‌ ଖାନ ଫୈସଲ କଲୋନୀ ସ୍ଥିତ ଜାମିୟା ଫାରୁକିୟା ମଦରସାର ପ୍ରତିଷ୍ଠାତା ମୌଲବୀ ସଲୀମୁଲ୍ଲା ଖାନଙ୍କ ପୁଅ ଥିଲେ ।

ପୋଲିସର ସୂଚନା ଅନୁସାରେ, ଯେତେବେଳେ ଆଦିଲ ଖାନ କାର୍‌ରେ  ଫୈସଲ କଲୋନୀ ପାଖରେ ଥିବା ଏକ ସପିଂ ସେଣ୍ଟର ପାଖରେ ପହଞ୍ଚିଥିଲେ ସେତେବେଳେ ବାଇକ୍‌ ତାଙ୍କୁ ପିଛା କରୁଥିବା ଦୁର୍ବୃତ୍ତ ତାଙ୍କ ଉପରେ ଅତର୍କିତ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।

ଖାନଙ୍କୁ ଲିୟାକତ ନ୍ୟାସନାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପେଟେ ଖାନଙ୍କ ଡ୍ରଇଭରଙ୍କୁ ଜିନ୍ନା ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ୍‌ ନେବା ପୂର୍ବରୁ ତାଙ୍କର ମୃତ୍ୟୁବରଣ ହୋଇଥିବା ନେଇ ପାକିସ୍ତାନର ଏକ ଖବରକାଜର ରପୋର୍ଟରୁ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.