ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ଡ୍ରାଇଭରକୁ ବାଡ଼େଇଲା ମାଲିକ
3/08/2020 at 10:23 PM

କୁଜଙ୍ଗ୩/୮: କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତର ବଣିକୁଦ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିବା ଭିଡ଼ିଓ ଘଟଣା ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି। ସୂଚନା ମୁତାବକ ଜହ୍ନାପାଳ ଗ୍ରାମର ପ୍ରସନ୍ନ ମଲ୍ଲିକଙ୍କୁ ବଣିକୁଦ ଗ୍ରାମର ନିକୁଞ୍ଜ ଚୌଧୁରୀ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟାଇଥିବା ପ୍ରସନ୍ନଙ୍କ ବାପା କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବରୁ ପ୍ରସନ୍ନ ନିକୁଞ୍ଜଙ୍କ ଟ୍ରାକ୍ଟର ଗାଡ଼ିରେ ଶ୍ରମିକ ଭାବେ କାମ କରୁଥିବା ବେଳେ କୌଣସି କାରଣକୁ ନେଇ ପ୍ରସନ୍ନ କାମ କରିବାକୁ ମନା କରିବାରୁ ନିକୁଞ୍ଜ ତାଙ୍କୁ ମାଡ଼ ମାରି ଥିବା ଏତଲାରେ ଉଲ୍ଲେଖ କରାଯାଇଛି। ତେବେ ପ୍ରସନ୍ନଙ୍କ ମୁଣ୍ଡରେ ଆଘାତ ହୋଇ ଥିବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ କୁଜଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି।