ବିମାନ ହାଇଜାକ୍‌ କରିବାକୁ ଉଦ୍ୟମ, ଗିରଫ ହେଲା ଅଭିଯୁକ୍ତ ଯୁବକ

Published By : Prameya-News7 Bureau | March 06, 2021 IST

ତେହେରାନ, ୦୬/୦୩: ଇରାନ୍‌ରେ ଶୁକ୍ରବାର ରାତିରେ ଏକ ଯାତ୍ରୀବାହୀ ବିମାନ ଆକାଶ ପଥରେ ଉଡ଼ୁଥିବା ସମୟରେ ଏହାକୁ ଅପହରଣ କରିବା ପାଇଁ ପ୍ରାୟସ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଇରାନ୍‌ର ଅର୍ଦ୍ଦସାମରିକ ବଳ ରିଭୋଲ୍ୟୁସନାରୀ ଗାର୍ଡ ନିଜର ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ଏନେଇ କୁହାଯାଇଛି ଯେ, ଅପହରଣ କରିବାକୁ ଚେଷ୍ଟା କରୁଥିବା ବିମାନ ଦକ୍ଷିଣ-ପଶ୍ଚିମ ସହର ଅହଭାଜରୁ ଉତ୍ତର-ପଶ୍ଚିମ ସହର ମଶହାଦକୁ ଯାଉଥିଲା । ତେବେ ଶୁକ୍ରବାର ଗାର୍ଡଙ୍କ ଅଫିସ୍‌ ଦ୍ୱାରା କରାଯାଇଥିବା ଏହି ଘୋଷଣାରେ ଅପହରଣକାରୀଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ । ସେ କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିରେ ଇରାନର ଏୟାର ଫ୍ଲାଇଟ୍ କେନ୍ଦ୍ରୀୟ ଇରାନର ଇସ୍ଫାହାନ ସହରକୁ ପଠାଯାଇଛି । ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

ଖବର ଅନୁଯାୟୀ, ଅପହରଣ କରିବାକୁ ଚେଷ୍ଟା କରାଯାଇଥିବା ବିମାନଟି ହେଉଛି ଫୋକର ୧୦୦ ବିମାନ । ୩୩୪ ନମ୍ୱରର ଏହି ବିମାନ ଅହୱାଜ ବିମାନବନ୍ଦରୁ ୧୦ ମିନିଟର ବିଳମ୍ବରେ ଗୁରୁବାର ରାତି ୧୦.୧୦ ମିନିଟ୍‌ରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।

ଇରାନର ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଏଜେନ୍ସି ଆଇଆରଏନ୍ଏ ଆଇଆରଜିଟିସିର ଉଦ୍ଦେଶ୍ୟରେ କହିଛି ଯେ, ଏହି ଅପହରଣକାରୀ 'ପାରସ୍ୟ ଉପସାଗରର ଦକ୍ଷିଣ ଭାଗରେ' ବିମାନକୁ ଅବତରଣ କରିବା ପାଇଁ ଯୋଜନା କରିଥିଲା । ଏହାପରେ ପାଇଲଟ୍‌ ଅପହରଣକାରୀକୁ କାବୁ କରି ବିମାନକୁ ଅବତରଣ କରାଇଥିଲେ ଏବଂ ଅବତରଣପରେ ପୋଲିସ୍‌ ତାକୁ ଗିରଫ କରିଥିଲା । ଏହି ବିମାନରେ ପ୍ରାୟ ୧୦୦ ଯାତ୍ରୀ ଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.