ପୂର୍ବ ପ୍ରେମିକାଙ୍କୁ ବସ୍‌ ଭିତରେ ୩୦ରୁ ଅଧିକ ଥର ଛୁରୀରେ ଆକ୍ରମଣ, ତଥାପି ବଞ୍ଚିଗଲା ଜୀବନ

Published By : Prameya-News7 Bureau | February 23, 2021 IST

ନୂଆଦିଲ୍ଲୀ, ୨୩/୦୨: ମେକ୍ସିକୋର ଏକ ଭିଡ଼ ଥିବା ବସ୍‌ରେ ଜଣେ ବ୍ୟକ୍ତି ତାଙ୍କର ପୂର୍ବତନ ପ୍ରେମିକାଙ୍କ ଉପରେ ହଠାତ୍‌ ୩୦ରୁ ଅଧିକ ଥର ଛୁରୀରେ ଆକ୍ରମଣ କରିଛନ୍ତି । ଲଗାତାର ଆକ୍ରମଣ ପରେ ମହିଳା ଜଣକ ବସ୍‌ ଭିତରେ ଚିତ୍କାର କରୁଥିଲେ ବି ବସ୍‌ ରେ ଉପସ୍ଥିତ ଥିବା ଲେକ ଏହି ଆକ୍ରମଣକୁ ଦେଖିବା ପରେ ବାହାରକୁ ଚାଲିଯାଇଥିଲେ । ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଏଥିରେ ମୁହଁ ଖୋଲି ନଥିଲେ । 

ଘଟଣା ଅନୁସାରେ, ମେକ୍ସିକୋର ସିନାଲିଆ ସହରରେ ଘଟିଥିବା ଏହି ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି । ୩୩ ବର୍ଷୀୟ ଏହି ମହିଳାଙ୍କ ସହିତ ଦେଖା କରିବା ପାଇଁ ତାଙ୍କର ପୂର୍ବତନ ପ୍ରେମିକ ମହିଳା ଚଢ଼ିଥିବା ବସ୍‌ରେ ଚଢ଼ିଥିଲେ । ଏହାପରେ ସାଥିରେ ନେଇଥିବା ଏକ ଛୁରୀରେ ଅଚାନକ ପ୍ରେମିକାଙ୍କୁ ଆକ୍ରମଣ କରିଥିଲା ।

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ମହିଳାଙ୍କ ଉପରେ ୩୦ରୁ ଅଧିକଥର ଆକ୍ରମଣ ହେବାପରେ ମଧ୍ୟ ମହିଳା ବଞ୍ଚିଯାଇଛନ୍ତି । ମହିଳା ଜଣକ ଶୀତରୁ ବର୍ତ୍ତିବା ପାଇଁ ଦେହରେ ଏକ ମୋଟା ଶୀତ ବସ୍ତ୍ର ପିନ୍ଧିଥିଲେ । ଏହି ବସ୍ତ୍ର ପାଇଁ ମହିଳାଙ୍କର ବିଶେଷ କିଛି କ୍ଷତି ହୋଇନଥିଲା । ଯାହା ଫଳରେ ଏହି ମହିଳା ଜଣକ ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

ତେବେ ଅଭିଯୁକ୍ତ ପ୍ରେମିକ ସେଠାରୁ ଫେରାର ହୋଇଯାଉଥିବା ସମୟରେ ବସ୍‌ରେ ଥିବା ଲେକ ତାକୁ କାବୁ କରିନେଇଥିଲେ । ପୋଲିସ୍‌କୁ ଖବର ଦେବାପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ସେହି ସମୟରେ ପ୍ରେମିକ ଜଣକ ନିଜକୁ ମାରିବା ପାଇଁ ପ୍ରୟାସ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.