ବାଲକୋନୀରେ ଠିଆହୋଇ ବାଥରୁମ ସ୍କାଇଲାଇଟ ବାଟେ ନାବାଳିକାର ଫଟୋ ଉଠାଇଲା ଯୁବକ, ନାବାଳିକା ଥାନାରେ ହେଲେ ଫେରାଦ

Published By : Prameya-News7 Bureau | January 01, 2019 IST

ନୂଆଦିଲ୍ଲୀ ୧/୧-ପୂର୍ବଦିଲ୍ଲୀ ଲକ୍ଷ୍ମୀନଗର ଥାନାରେ ଜଣେ ନାବାଳିକାର ଫଟୋ ଉଠାଇ ଯୁବକ ଜେଲରେ । ନାବାଳିକା ବାଥରୁମ ଯାଇଥିବା ସମୟରେ ଯୁବକ ଜଣକ ବାଲକୋନିରେ ଠିଆହୋଇ ଫଟୋ ଉଠାଇବାକୁ ନେଇ ଥାନାରେ ଏତାଲାଦେବା ପରେ ଯୁବକଙ୍କୁ ଗିରଫ କରିଛି ପୋଲିସ ।

{"id":69515,"width":591,"height":332}

ନାବାଳିକାଙ୍କ ଅଭିଯୋଗ ଅନୁସାରେ ଯୁବକ ଜଣକ ସବୁବେଳେ ନାବାଳିକାଙ୍କୁ ପିଛା କରୁଥିଲା । ନାବାଳିକାଙ୍କ ପଡ଼ୋଶୀ ଥିଲା ଯୁବକ । ବିଭିନ୍ନ ସମୟରେ ନାବାଳିକାଙ୍କୁ ହଇରାଣ ବି କରୁଥିଲା ।ଏହା ପୂର୍ବରୁ ପୀଡ଼ିତାଙ୍କ ବଡ଼ ଭଉଣୀକୁ ମଧ୍ୟ ଏମିତି ହଇରାଣ କରୁଥିବା କଥା ପ୍ରକାଶ କରିଛନ୍ତି ନାବାଳିକା ।

ଶୁକ୍ରବାର  ସକାଳ ୯.୩୦ ସମୟର  ଘଟଣା । ନାବାଳିକା ବାଥରୁମ ଯାଇଥିବା ସମୟରେ ଯୁବକ ବାଲକୋନିରେ ଛିଡ଼ାହୋଇ ସ୍କାଇଲାଇଟ ବାଟେ ମୋବାଇଲର ଫଟୋ ଉଠାଇଥିଲେ । ନାବାଳିକାଙ୍କ ବାପା ଏ ବାବଦରେ ଯୁବକଙ୍କୁ ପଚାରିବାପରେ ସେ ହଡବଡେଇ ଯାଇଥିଲା ।

ପୀଡ଼ିତା ଫଟୋ ଭାଇରାଲ ହେବା ଭୟରେ ମହିଳା ଆୟୋଗ ହେଲ୍ପଲାଇନରେ ଫୋନ କରିଥିଲେ । ମହିଳା ଆୟୋଗ ଏହି ବିଷୟରେ ଥାନାକୁ ଅବଗତ କରାଇବାପରେ ଥାନାଥିକାରୀ ମାମଲା ରୁଜୁକରି ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.