Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାଲୁ ଆକ୍ରମଣରେ ଜଣେ ଗୁରୁତର, ହାତ-ପେଟ ଖଣ୍ଡିଆ ଖାବରା

5/08/2020 at 9:41 PM

ପାଟଣା୫/୮: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ବ୍ରାହ୍ମଣୀଦେଓ ଗ୍ରାମର ହରେକୃଷ୍ଣ ନାଏକ (୫୦) ଭାଲୁ ଆକ୍ରମଣରେ ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଆଜି ସନ୍ଧ୍ୟାରେ ଶୌଚ ହେବାକୁ ଯାଇଥିବା ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା ଗୁରୁତର ଅବସ୍ଥାରେ ପାଟଣା ଅଗ୍ନିଶମ ବାହିନୀ ଉଧାର କରି ତାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ହରେକୃଷ୍ଣଙ୍କ ହାତ ଏବଂ ଦେହରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ତେବେ ବନ ବିଭାଗ ତରଫରୁ କୌଣସି କର୍ମଚାରୀ ଘଟଣା ସ୍ଥଳରେ କିମ୍ବା ମେଡିକାଲରେ ପହଞ୍ଚି ନଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି।

   Related Posts