ଚଳନ୍ତା କାରରେ ଡ଼ାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ, ମାଡ଼ମାରି ପିଆଇଲେ ମଦ..ସଂଧ୍ୟାରେ ସାଙ୍ଗମାନେ ବି ଜବରଦସ୍ତ ରଖିଲେ ଶାରୀରିକ ସଂପର୍କ
5/03/2019 at 6:30 PM

ବାରାଣାସୀ ୫/୨- ଚଳନ୍ତା କାରରେ ଯୁବତୀଙ୍କୁ ଗଣଦୁଷ୍କର୍ମ । ବିରୋଧ କରିବାରୁ ଏସିଡ଼ ଢ଼ାଳିଦେବାକୁ ଧମକ । ଏଭଳି ଅଭାବନୀୟ ଘଟଣା ଘଟିଛି ବାରଣାସୀରେ ।
ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ସାଗର ଯାଦବ ନାମକ ଜଣେ ଛାତ୍ର ଏଭଳି କାଣ୍ଡ କରିଥିବାର ଜଣାଯାଇଛି । ସାଗର ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିଲା । ବିଭିନ୍ନ ସାଙ୍ଗମାନଙ୍କ ସହ ମିଶି ବାରାଣାସୀରେ ରହୁଥିଲା ବୋଲି ଜଣାଯାଇଛି । ଏହି ଦୁଷ୍କର୍ମ ଘଟଣାରେ ସାଗର ଯାଦବର ଆହୁରି ଦୁଇଜଣ ସାଙ୍ଗ ସାମିଲଥିବା କଥା ଜଣାଯାଇଛି ।
ଜଣେ ଡ଼ାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଘଟଣାର ଅଭିଯୋଗ କରାଯାଇଥିଲା । ଡ଼ାକ୍ତରୀ ଛାତ୍ରୀଜଣଙ୍କ କଲେଜକୁ ବସରେ ଯାଉଥିଲେ । ବସରୁ ଓହ୍ଲାଇ କଲେଜ ଯିବାକୁ ଚାଲିଚାଲି ଯାଉଥିଲେ ଛାତ୍ରୀ । ଏହି ସମୟରେ ସାଗର ଯାଦବ ଏସିଡ଼ ଢ଼ାଳିଦେବାକୁ ଧମକ ଦେଖାଇ ଛାତ୍ରୀଙ୍କୁ କାର୍ ଭିତରକୁ ନେଇ ଯାଇଥିଲେ । ସେମାନେ ଛାତ୍ରୀଙ୍କୁ କାର ଭିତରେ ମଦ ପିଇବାକୁ ବାଧ୍ୟ କରିଥଲେ । ଛାତ୍ରୀ ମନାକରିବାରୁ ତାଂକୁ ଜବରଦସ୍ତ ମଦପିଆଇବା ସହ ମାଡ଼ ମଧ୍ୟ ମାରିଥିଲେ ।
ଚଳନ୍ତା କାର ଭିତରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ ସାଗର । ତା ପରେ ସେମାନେ ଏକ ଘରକୁ ନେଇ ପୁଣି ମଧ୍ୟ ମଦ ପିଆଇଥିଲେ ଛାତ୍ରୀଙ୍କୁ । ସାଗରର ଦୁଇ ସାଙ୍ଗ ଅମର ଓ ବିନୀତ ଛାତ୍ରୀଙ୍କ ସହ ମଧ୍ୟ ଶାରୀରିକ ସଂପର୍କ ରଖିଥିଲେ ।
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସାଗରକୁ ଗିରଫ କରିବା ସହ ପୋଲିସ ଆଉଦୁଇ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଛି ପୋଲିସ ।