ହାତୀକୁ ହଇରାଣ କରିବା ପଡିଲା ମହଙ୍ଗା, ଯୁବକକୁ ଦଳି ମାରିଦେଲା ଗଜରାଜ, ଭାଇରାଲ୍‌ ଭିଡିଓରେ ଭୟଙ୍କର ଦୃଶ୍ୟ

Published By : Prameya-News7 Bureau | July 27, 2021 IST

ନୂଆଦିଲ୍ଲୀ ୨୭/୦୭ : ହାତୀଟି ଏକ ବୁଦ୍ଧିମାନ ପଶୁ ଭାବରେ ଗଣାଯାଏ। କିନ୍ତୁ ଯେତେବେଳେ ହାତୀ ରାଗିଯାଏ ସେତେବେଳେ ଅତ୍ୟନ୍ତ ହିଂସ୍ର ହୋଇପଡ଼େ । ଆସାମର ଗୋଲାଘାଟ ଜିଲ୍ଲାରେ ଏକ କ୍ରୋଧିତ ହାତୀ ଜଣେ ଯୁବକର ଜୀବନ ନେଇଛି । ଏଠାରେ ଥିବା ଲୋକେ ହାତୀ ପଲକୁ ହଇରାଣ ହରକତ କରୁଥିଲେ ଏବଂ ଏହି ସମୟରେ ଗୋଟିଏ ହାତୀ ଯୁବକଙ୍କୁ ନିଜ ପାଦରେ ଦଳି ଦେଇଥିଲା। ଏହି ପୁରା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ହାତୀ ପଲ ରାସ୍ତା ପାର କରୁଛନ୍ତି। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଲୋକ ଅଛନ୍ତି। କିଛି ଲୋକ ହଠାତ୍ ରାସ୍ତା ପାର ହେଉଥିବା ହାତୀମାନଙ୍କୁ ହଇରାଣ କରିବାକୁ ଲାଗିଥିଲେ।

ଶାନ୍ତିପୂର୍ଣ୍ଣ ଭାବେ ରାସ୍ତା ପାର ହେଉଥିବା ହାତୀମାନଙ୍କୁ ଲୋକମାନେ ପାଟି କରି ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଅନେକ ହାତୀ ଚୁପଚାପ୍ ଭିଡ଼କୁ ଅଣଦେଖା କରିଥିଲେ କିନ୍ତୁ ହଠାତ୍ ଗୋଟିଏ ହାତୀ ଜଣେ ଯୁବକର କାର୍ଯ୍ୟରେ ଅତିଷ୍ଠ ହୋଇ ଲୋକମାନଙ୍କ ଆଡ଼କୁ ଧାଇଁ ଆସିଥିଲା । ହାତୀ ଲୋକମାନଙ୍କୁ ଦୌଡ଼ାଇବା ଆରମ୍ଭ କରିଥିଲା । ଏହା ଦେଖି ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ସମୟରେ ଜଣେ ଯୁବକ ରାସ୍ତା କଡ଼ରେ ପଡ଼ିଯାଇଥିଲେ। ରାସ୍ତା କଡ଼ରେ ପଡ଼ିଯାଇଥିବା ଯୁବକକୁ ହାତୀ ଆକ୍ରମଣ କରିଥିଲା ଏବଂ ପାଦରେ ଦଳି ମାରିଦେଇଥିଲା।

ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ପ୍ରବୀଣ କାସୱାନ ସେୟାର କରିଛନ୍ତି । ଭିଡିଓ ସେୟାର କରିବାବେଳେ ସେ ଲେଖିଛନ୍ତି ଯେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୁଁ ଭାବୁଛି କାହାକୁ ଦାୟୀ କରାଯିବ। କୁହାଯାଉଛି ଯେ ଏହି ଭିଡିଓଟି ଜୁଲାଇ ୨୫ର। ଆସାମର ଗୋଲାଘାଟ ଜିଲ୍ଲାର ୩୯ ନମ୍ବର ଜାତୀୟ ରାଜପଥ ନିକଟରେ ଏହି ଘଟଣା ଘଟିଛି ।

wp:embed {"url":"https://twitter.com/ParveenKaswan/status/1419699227253514243","type":"rich","providerNameSlug":"twitter","responsive":true,"className":""}
https://twitter.com/ParveenKaswan/status/1419699227253514243
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.