Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପରକୀୟା ପ୍ରେମ ; ମହିଳାଙ୍କ ସହ ସାରାଜୀବନ ସଂପର୍କ ରଖିବାକୁ ସ୍ବାମୀକୁ ବିୟର ପିଆଇ ହତ୍ୟା କଲା ଯୁବକ

30/01/2019 at 8:13 PM

ମେରଠ ୩୦/୧- ପରକୀୟା ପ୍ରେମକୁ ନେଇ ହୋଇଛି ହତ୍ୟାକାଣ୍ଡ । ମହିଳାଙ୍କ ସହ ସବୁଦିନ ସଂପର୍କ ରଖିବାକୁ ନେଇ ଯୁବକ ମହିଳାଙ୍କ ସ୍ବାମୀକୁ  କରିଛି ହତ୍ୟା ।

ଏହି ଘଟଣା ଘଟିଛି ମେରଠର ଅଜରାଡ଼ାରେ । ୨୧ ବର୍ଷ ବୟସ୍କ ନଇମ ନିଜ ସ୍ତ୍ରୀର ପରକୀୟା ପ୍ରେମପାଇଁ ଦେବାକୁ ପଡ଼ିଛି ଜୀବନ ।

ନଇମ କିଛିଦିନ ତଳେ ବୁଶରା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲା । ବିବାହର କିଛିଦିନ ପରେ ଇମରାନ ନାମକ ଜଣେ ପଡ଼ୋଶୀ ଯୁବକଙ୍କ ସହ ପ୍ରେମରେ ପଡ଼ିଥିଲା ନଇମର ସ୍ତ୍ରୀ ବୁଶରା । ଏହି ପ୍ରେମ ସଂପର୍କ ଏତେ ବଢ଼ିଯାଇଥିଲା,  ଇମରାନ ଓ ବୁଶରା କେହି କାହାକୁ ଛାଡ଼ି ପାରୁ ନଥିଲେ ।

ଏହି ପରକୀୟା ପ୍ରେମକୁ ନେଇ ହତ୍ୟାକାଣ୍ଡ ଘଟିଛି ବୋଲି ଖୁଲାସା କରିଛି ପୋଲିସ । ଇମରାନ ଓ ନଇମୀ ଦୁଇ ବନ୍ଧୁଥିବାରୁ ସେମାନେ ଅନେକ ସମୟ ସାଙ୍ଗ ହୋଇ ମଉଜମସ୍ତି ମଧ୍ୟ କରୁଥିଲେ । ଇମରାନ ଓ ବୁଶରାଙ୍କ ଭିତରେ ଚାଲିଥିବା ଏହି ଗୁପ୍ତପ୍ରେମ ବାବଦରେ କିଛି ଜାଣି ନଥିଲା ନଇମ । କିନ୍ତୁ ସବୁଦିନ ପାଇଁ ନଇମକୁ ରାସ୍ତାରୁ ହଟାଇଦେବା ପାଇଁ ଯୋଜନା କରିଥିଲେ ପ୍ରେମୀ ।

ଏହି ଯୋଜନା ଅନୁସାରେ ଜାନୁଆରୀ ୨୭ ତାରିଖରେ ନଇମ ଓ ଇମରାନ ସାଥୀ ହୋଇ ବାହାରକୁ ଯାଇଥିଲେ । କିନ୍ତୁ ରାତିରେ ଫେରି ନଥିଲେ ନଇମ ।  ତା ପରଦିନ ଦିନ ୨.୩୦ ସମୟରେ ନଇମର ଶବ ଧାନବିଲ ଭିତରେ ପଡ଼ିଥିବାର କେହି ପୋଲିସକୁ ଖବର ଦେଇଥିଲା ।

ଏହି ଘଟଣାରେ ଇମରାନକୁ ସନ୍ଦେହ ଘରକୁ ଆଣି ଥାନାକୁ ଡ଼ାକିଥିଲା ପୋଲିସ । ଥାନାରେ ନଇମକୁ ହତ୍ୟା କରିଥିବା କଥା ଇମରାନ ସ୍ବୀକାର କରିଛି । ଏହି ଘଟଣାରେ ନଇମର ସ୍ତ୍ରୀ ବୁଶରା ସଂପୃକ୍ତ ଥିବା କଥା କହିଛି ଇମରାନ । ସଂଧ୍ୟା ୭ଟା ବେଳେ ସାଥୀ ହୋଇ ଇମରାନ ଓ ନଇମ ବାହାରକୁ ଯାଇଥିଲେ । ସେମାନେ ସାଙ୍ଗ ହୋଇ ମଧ୍ୟ ବିଅର ପିଇଥିଲେ ।  ତା ପରେ ସେ ନିଶାଗ୍ରସ୍ତ ଅବସ୍ଥାରେ ନଇମକୁ ହତ୍ୟା କରିଥିବା କଥା ସ୍ବୀକାର କରିଛି ଇମରାନ ।

ଏହି ଘଟଣାରେ ନଇମର ସ୍ତ୍ରୀ ବୁଶରା ଫେରାର ଥିବା କଥା ପୋଲିସ କହିଛି ।

   Related Posts