ଝିଅର ଇଜ୍ଜତ ଲୁଟିବାକୁ ସହିପାରିଲାନି ବାପା, ରକ୍ତମୁଖା ହୋଇ ଅଭିଯୁକ୍ତର ପରିବାରର ସମସ୍ତଙ୍କ ଗଳା କାଟିଦେଲା

Published By : Prameya-News7 Bureau | April 16, 2021 IST

ବିଶାଖାପାଟଣା, ୧୬/୦୪: ଝିଅକୁ ଗୋଟିଏ ବାପା କେତେ ଭଲପାଏ ଏବଂ ଝିଅ ପାଇଁ କେଉଁ ସ୍ତରକୁ ଯାଇପାରେ ତାହାର ଏକ ଜଘନ୍ୟ ରୂପ ଏବେ ଦେଖିବାକୁ ମିଳିଛି । ଝିଅର ଇଜ୍ଜତ୍‌ ଲୁଟାଯିବା ଘଟଣାକୁ ସହଜରେ ହଜମ କରିପାରିନି ବାପା । ରକ୍ତମୁଖା ହୋଇ ଅଭିଯୁକ୍ତର ପରିବାରରକୁ ଏମିତି ସଜା ଦେଇଛି ଯେ ସମ୍ପୂର୍ଣ୍ଣ ଗାଁ ସ୍ତବ୍ଧ ହୋଇଯାଇଛି । ସମସ୍ତଙ୍କୁ ଗଳା କାଟି କଲା ହତ୍ୟା ।

ସୂଚନା ଅନୁସାରେ, ବିଶାଖାପାଟଣାର ଜଟ୍ଟଦା ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଝିଅର ଇଜ୍ଜତ୍‌ ଲୁଟିଥିବା ଅଭିଯୁକ୍ତ ଏବଂ ତାର ପରିବାରକୁ ଧାରୁଆ ଆସ୍ତ୍ରରେ ଗଳାକାଟି ହତ୍ୟା କରାଯାଇଛି । ଏପରି ଜଘନ୍ୟ କାଣ୍ଡ ଖୋଦ୍‌ ପୀଡ଼ିତାଙ୍କ ବାପା ଘଟାଇଛି । ହତ୍ୟାପରେ ଅଭିଯୁକ୍ତ ବାପା ଥାନାକୁ ଯାଇ ଆତ୍ମସମର୍ପଣ କରିଛି ।

ପ୍ରଥମେ ପୋଲିସ୍‌ ଏହାକୁ ବିଶ୍ୱାସ କରିନଥିଲା । ପରେ ଯେତେବେଳେ ଗାଁ କୁ ପୋଲିସ୍‌ ଯାଇ ସନ୍ଧାନ କରିଥିଲା ସେତେବେଳେ ସତ ଜଣାପଡ଼ିଥିଲା । ଗୋଟିଏ ପରିବାରର ୨ଜଣ ମହିଳା, ୨ ଶିଶୁ ଏବଂ ଜଣେ ପୁରୁଷର ହତ୍ୟା କରାଯାଇଥିବା ଦେଖି ପୋଲିସ୍‌ର ହୋସ୍‌ ଉଡ଼ିଯାଇଥିଲା । ସଙ୍ଗେସଙ୍ଗେ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିନେଇଥିଲା । ଏନେଇ ପୋଲସ୍ କହିଛି ଯେ, ମୃତ ପରିବାରର ଜଣେ ବ୍ୟକ୍ତି ଉପରେ ରାଗ ରଖି ଅଭିଯୁକ୍ତ ପ୍ରତିଶୋଧ ପରାୟଣ ହୋଇ ଏପରି ଘଟାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.