ଆମେରିକାର ପର୍ଲ ହାର୍ବର ନାଭାଲ ସିପୟାର୍ଡରେ ଗୁଳିକାଣ୍ଡ : ପୁରା ଅଞ୍ଚଳ ସିଲ୍

Published By : Prameya-News7 Bureau | December 05, 2019 IST

ହାଓ୍ବାଇ ୦୫।୧୨: ଆମେରିକା ନୌସେନା ଏବଂ ବାୟୁସେନାର ମିଳିତ ଘାଟି ପର୍ଲ ହାରର୍ବର ହିକମରେ ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ  ୩ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ସିପ୍ ୟାର୍ଡରେ ମୁତୟନ ଜଣେ ବନ୍ଧୁକଧାରୀ ହଠାତ୍ ଗୁଳିବର୍ଷା ଆରମ୍ଭ କରିଦେଇଥିଲେ । ଘଟଣାପରେ ବନ୍ଧୁକଧାରୀ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ଘଟଣାପରେ ପୁରା ଅଞ୍ଚଳକୁ ପୋଲିସ ସିଲ୍ କରିଦେଇଛି । ଗୁଳିକାଣ୍ଡ ସମୟରେ ଭାରତୀୟ ବାୟୁସେନା ଅଧ୍ୟକ୍ଷ ଆର.କେ.ଏସ. ଭଦୌରିଆ ସେଠାରେ ଉପସ୍ଥିତ ଥିଲେ । ଭାରତୀୟ ବାୟୁସେନା ଅଧ୍ୟକ୍ଷ ନିଜ ଟିମ୍ ସହିତ ଆମେରିକା ଗସ୍ତରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.