ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ; ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

Published By : Prameya-News7 Bureau | September 15, 2018 IST

ପୁରୀ ୧୫|୯: ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଗଡ଼ରୋଡଙ୍ଗ ବାସନ୍ଦ ସାହି ନିକଟ ଜଙ୍ଗଲରୁ ମିଳିଛି ମୃତଦେହ । ମୃତକ ହେଲେ ବାସନ୍ଦ ସାହିର ରବୀନ୍ଦ୍ର ସ୍ବାଇଁ । ମୃତଦେହ ନିକଟରେ ଏକ ବନିସି, କଟୁରି, ବ୍ୟାଗ୍ ପଡିଥିବାର ଦେଖିବାକୁ ମିଳିଛି । ତାଙ୍କୁ କେହି ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତେବେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ବ୍ରହ୍ମଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.