୧୧କେଭି ବିଦ୍ୟୁତ ଖୁଣ୍ଟରେ ଚଢିଥିବା ବ୍ୟକ୍ତି ଉଦ୍ଧାର
21/08/2018 at 9:38 PM

ଗଞ୍ଜାମ ୨୨/୮ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଷ୍ଟେସନ ନିକଟରେ ଏକ ୧୧କେଭି ବିଦ୍ୟୁତ ଖୁଣ୍ଟ ଉପରକୁ ଚଢିଯାଇଥିଲା ଜଣେ ଅଚିହ୍ନା ବ୍ୟକ୍ତି । ୩ ନମ୍ବର ରେଳ ଲାଇନର ବିଦ୍ୟୁତ ପୋଲ ଅଫ ଲାଇନରେ ବିଦ୍ୟୁତ ସଂଯୋଗୀକରଣକୁ ସଙ୍ଗେ ସଙ୍ଗେ ବିଚ୍ଛିନ୍ନ କରିଥିଲେ କର୍ମଚାରୀ । ଘଟଣାସ୍ଥଳରେ ରେଲୱେ ବିଦ୍ୟୁତ୍ ବିଭାଗ, ଜିଆରପି ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛନ୍ତି । ବିଦ୍ୟୁତ ସଂଯୋଗ ବିଚ୍ଛନ୍ନ ହେବା ସହ ଉଭୟ ପଟରୁ ପ୍ରାୟ ୨ ଘଣ୍ଟା ଧରି ରେଳ ଚଳାଚଳ ବ୍ୟାହତ ହୋଇଥିଲା । ଉଦ୍ଧାର ଯୁବକ ଆସାମର ବୋଲି ଜଣାପଡିଛି ।ତେବେ ଲୋକଟି ମାନସିକ ବିକୃତ କିମ୍ବା କେଉଁ କାରଣ ପାଇଁ ସେ ଏଭଳି କରିଛି ତାହା ଜଣା ପଡିନାହିଁ ।
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021