ରେଲଓ୍ଵେ କଣ୍ଟ୍ରାକ୍ଟର ଠାରୁ ଆଇଏଏସ ଅଭିଷେକ ନାଁ କହି ଠକିନେଲେ ୧୫ ଲକ୍ଷ ,ଖାତାରେ ଜମା କରିବାକୁ ଫୋନରେ କରିଥିଲେ ଡ଼ିଲ୍

Published By : Prameya-News7 Bureau | April 03, 2019 IST

କାନପୁର ୩/୪- ଜଣେ ରେଲଓ୍ଵେ କଣ୍ଟ୍ରାକ୍ଟରଙ୍କ ଠାରୁ  ୧୫ଲକ୍ଷ ଲୁଟ । ନିଜକୁ ଜଣେ  ଆଇଏଏସ ଅଧିକାରୀ କହି ଫୋନ କରିଥିଲେ । ତା ପରେ ନିଜର ଟେଣ୍ଡର କାଏମ ରଖିବାକୁ ୧୫ଲକ୍ଷ ଖାତାରେ ଜମା କରିବାକୁ କହିଥିଲେ ଅଧିକାରୀ ।

ଏଭଳି ଘଟଣା ଉତ୍ତରପ୍ରଦେଶ କାନପୁରେ ଘଟିଥିବା ଜଣାଯାଇଛି । ଆଇଏଏସ ଅଭିଷେକ ରଂଜନ କହୁଥିବା କଥା ଫୋନ ଆସିଥିଲା । ରେଲଓ୍ଵେ କଣ୍ଟ୍ରାକ୍ଟର ବିବେକ ଶୁକ୍ଳାଙ୍କ ପାଖକୁ ଆସିଥିଲା ଏହି ଫୋନ କଲ୍ । ସେ ନେଇଥିବା ମାଟିକାମର ଟେଣ୍ଡରକୁ କାଏମ ରଖିବାକୁ ହେଲେ ୧୫ ଲକ୍ଷ ଦେବାକୁ କହିଥିଲେ । ଯଦି ସେ ୧୫ ଲକ୍ଷ ନ ଦିଅନ୍ତି ତାହେଲେ ତାଙ୍କ କାମ ବନ୍ଦ କରିଦିଆଯିବ ବୋଲି କହିଥିଲେ । ତାଙ୍କ ଆକାଉଣ୍ଟରେ ଏହି ଟଂକା ଜମା କରିବାକୁ କହିଥିଲେ ଅଧିକାରୀ ।

ବିବେକଙ୍କ ପାଖରେ ଏକକାଳୀନ ଏତେ ଟଂକା ନଥିବାରୁ ସେ ୧୩.୮୯ ଲକ୍ଷ ଟଂକା ଜମା କରିଥିଲେ । ଜମା କରିସାରିବା ପରେ ଦେଖାହେବା କଥା କହିଥିଲେ ବି ଅଧିକାରୀ ଦେଖା କରି ନଥିଲେ । ତା ପରଠାରୁ ଫୋନ ସଇଚ ଅଫ୍ ଥିଲା । ଏହି ବାବଦରେ ସେ ଥାନାରେ ମାମଲା ରୁଜୁ କରିବା ପରେ ପୋଲିସ ଛାନଭିନ କରୁଚି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.