ପଡ଼ୋଶୀ ଯୁବକ ସୁଟିଂକଲା ମହିଳାଙ୍କ ବାଥରୁମର ଭିଡ଼ିଓ, ବ୍ଲାକମେଲ କରି ମାଗିଲା ଲକ୍ଷେ ଟଂକା

Published By : Prameya-News7 Bureau | January 13, 2019 IST

ଗାଜିଆବାଦ ୧୩/୧- ମହିଳାଙ୍କୁ ବ୍ଲାକମେଲ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା । ମହିଳା ବାଥରୁମରେ ଗାଧୋଇବାବେଳେ ଭିଡ଼ିଓ ସୁଟିଂ କରି ବ୍ଲାକମେଲ କରିବା ନେଇ ମହିଳା ଆଣିଛନ୍ତି ଥାନାରେ ଅଭିଯୋଗ । ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ଯୁବକଙ୍କୁ ଗିରଫ କରିଛି ।

ମହିଳାଙ୍କ ସ୍ଵାମୀ ଗାଜିଆବାଦରେ ଚାକିରୀ କରୁଥିଲେ । ମହିଳା ତାଙ୍କ ସ୍ଵାମୀ ଓ ଛୋଟ ପୁଅ ସହ ଗାଜଆବାଦରେ ରହୁଥିଲେ । ହିତେଶ ନାମକ ଜଣେ ପଡ଼ୋଶୀ ଯୁବକ ତାଙ୍କ ଘରକୁ ଯିବାଆସିବା କରୁଥିଲେ ।  ତାଙ୍କ ଛୋଟପୁଅ ସହ ଖେଳିବା, ତାଙ୍କ ସ୍ଵାମୀଙ୍କ ସହ ସାଙ୍ଗ ହେଉଥିବା କାରଣରୁ ଆତ୍ମୀୟତା ବଢ଼ିଯାଇଥିଲା । ଏହି ଆତ୍ମୀ୍ୟତାର ଫାଇଦା ଉଠାଇଥିଲା ଯୁବକ । ମହିଲାଙ୍କ ବାଥରୁମରେ ପୂର୍ବ ଯୋଜନା ଅନୁସାରେ ସ୍ପାଇ କ୍ୟାମେରା ଲଗାଇ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ସୁଟିଂ କରିଥିଲା । ଏହି ଅଶ୍ଳୀଳ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଛାଡ଼ିଦେବାକୁ ଧମକ ଦେଇ ମାଗିଥିଲା ୫ଲକ୍ଷ ଟଂକା ।

{"id":73675}

ଯୁବକ ଏମିତି ହଇରାଣ କରିବା ପରେ ମହିଳା  ତାଙ୍କ ଶାଶୁଘର ବିଜୟନଗର ଫେରିଯାଇଥିଲେ । ତଥାପି ଯୁବକ ବିଭିନ୍ନ ନମ୍ବରରୁ ଫୋନକରି ମହିଳାଙ୍କୁ ହଇରାଣ କରୁଥିଲା । ଏହି ଘଟଣାପରେ ମହିଲା ଥାନାରେ ଅଭିଯୋଗ ଆଣିଥିଲେ । ପୋଲିସ ଏହି ଘଟଣାରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.