Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ପ୍ରଶଂସା କରି ଫେସବୁକରେ ସେୟାର କରିଥିବା ପୋଷ୍ଟ ପଡ଼ିଲା ମହଙ୍ଗା , ଗିରଫହେଲେ ପୋଲିସ କନେଷ୍ଟବଳ

3/03/2019 at 4:21 PM

ମୋରିଗାଁ ୩/୩- ଭାରତର ଅନେକ ନାଗରିକ ମଧ୍ୟ ଅନେକ ସମୟରେ ଦେଶ ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି । ଦେଶପାଇଁ ପ୍ରାଣବଳୀ ଦେଉଥିବା ଶହୀଦଙ୍କୁ ଅବମାନନା କରିବା ସହ ଦେଶ ବାବଦରେ ବିରୋଧାତ୍ମକ ମନ୍ତବ୍ୟ ଦେଇ ଆସାମରେ ୧୫ରୁ ଅଧିକ ଲୋକ ଗିରଫ ହୋଇସାରିଲେଣି । ସୋସିଆଲ ମିଡ଼ିଆରେ ପାକିସ୍ତାନ ସପକ୍ଷରେ ତଥା ମୁସଲିମଙ୍କ ବାବଦରେ ମତ ଦେଇ ଗିରଫ ହୋଇଛନ୍ତି ଜଣେ ପୋଲିସ କନେଷ୍ଟଵଳ ।

ମୋରିଗାଁ ଜିଲ୍ଲା ବରଚଲା ପୋଲିସ ଆଉଟପୋଷ୍ଟର ଜଣେ ପୋଲିସ କର୍ମଚାରୀ କରିଛନ୍ତି ଏହିକାମ । ରଫିକୁଲ ଇସଲାମ ଖାନ  ନାମକ ଜଣେ ପୋଲିସ କନେଷ୍ଟବଳ  ଦେଇଛନ୍ତି ଭାରତ ବିରୋଧି ମନ୍ତବ୍ୟ ତା ସହିତ ମଧ୍ୟ ଇମରାନ ଖାନଙ୍କୁ ସମ୍ବନ୍ଧିତ  କରି ଲେଖିଛନ୍ତି ସୋସିଆଲ ମିଡ଼ିଆରେ ଏପରିକିଛି କଥା । ସେ ଇମରାନ ଖାନଙ୍କୁ ଲକ୍ଷ୍ୟକରି ଲେଖିଛନ୍ତି, ମୁସଲମାନ ଜାତି ପୃଥିବୀର ଦୟାବାନ ଜାତି, ସେମାନେ କାହାର କ୍ଷତି କରିବା ବଦଳରେ କ୍ଷମା କରିଦେଇପାରନ୍ତି ।

ଜଣେ ସରକାରୀ କର୍ମଚାରୀ ହୋଇ ଏଭଳି ମନ୍ତବ୍ୟ ଦେବା ଠିକ ନୁହେଁ ବୋଲି କହିଛନ୍ତି ଏସପି ସ୍ଵପ୍ନନୀଲ ଦେକା  । ରଫିକୁଲ ନିଜର ସୋସିଆଲ ମିଡ଼ିଆରେ ଇମରାନ ଖାନଙ୍କର ଏକ ଫଟୋ ସେୟାର କରି ଦେଇଛନ୍ତି ଏଭଳି ମନ୍ତବ୍ୟ ।  ଦେଶ ବିରୋଧରେ ମନ୍ତବ୍ୟଦେବା ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଲେଖିବା ପାଇଁ ରଫିକୁଲଙ୍କୁ କରାଯାଇଛି ଗିରଫ ।

   Related Posts