Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ନାଟକ ଫେଲ୍ , ଧରା ପଡିଗଲା ହତ୍ୟାକାରୀ ପ୍ରେମିକ…ବିନାଦୋଷରେ ସ୍ବାମୀ ହେଲା ହନ୍ତସନ୍ତ

27/12/2019 at 7:57 PM

ଜଲନା ୨୭।୧୨: ଅପରାଧୀ ଯେତେ ଚାଲାକ ହେଲେ ବି ଧରା ପଡିବା ନିଶ୍ଚିତ । ଏହା ପୁଣି ଥରେ ପ୍ରମାଣିତ ହୋଇଛି , ମହାରାଷ୍ଟ୍ରର ଜଲନାରେ ଘଟିଥିବା ଏକ ହତ୍ୟା ମାମଲାରେ । ଜଣେ ବିବାହିତ ପୁରୁଷ , ତାର ପୂର୍ବତନ ପ୍ରେମିକାକୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କଲା । କିନ୍ତୁ ମୃତ ଦେହକୁ ରେଲୱେଟ୍ରାକ୍‌ରେ ପକାଇ ଦେଇ ଆତ୍ମହତ୍ୟାର ରୂପ ଦେଲା । ସେତିକିରେ ସରିଲାନି ତାର ଷଡଯନ୍ତ୍ର, ମୃତ ମହିଳାଙ୍କ ସ୍ବାମୀକୁ ବି ଫସାଇଦେଲା । ତାଙ୍କୁ ସଂପୃକ୍ତ ମହିଳାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ବୋଲି ଦର୍ଶାଇ ଗିରଫ  ବି କରାଇଦେଲା । କିନ୍ତୁ ଅତି ଚାଲାକିରୁ ଶେଷରେ ଧରାପଡିଗଲା ।          

ମହାରାଷ୍ଟ୍ରର ଜଲନାରେ ଡିସେମ୍ବର ୨୧ ତାରିଖ ଦିନ ରେଲୱେ ଟ୍ରାକ୍ ନିକଟରୁ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । ସେହି ୨୦ ବର୍ଷୀୟା ମହିଳାଙ୍କ ନାମ ଦିପାଳୀ ରମେଶ ସିଙ୍ଗଡେ । ପ୍ରଥମେ ତାହା ଆତ୍ମହତ୍ୟା ବୋଲି ମନେ ହୋଇଥିଲା ।ତାପରେ ସେହି ଘଟଣାରେ ମୃତ ମହିଳାଙ୍କ ସ୍ବାମୀ ଅବିନାଶ ୱାଞ୍ଜାରେଙ୍କୁ ଗିରଫ କରିଥିଲା । ସେ ତାଙ୍କ ସ୍ତ୍ରୀକୁ ନିର୍ଯାତନା ଦେବା ସହ ଆତ୍ମହତ୍ୟା ଲାଗି ପ୍ରରୋଚିତ କରିଥିବା ଅଭିଯୋଗ ହୋଇଥିଲା । ଏବଂ ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ ଭିତ୍ତିରେ ପୋଲିସ ଅବିନାଶକୁ ଗିରଫ କରିଥିଲା ।   କିନ୍ତୁ ପୋଷ୍ଟ ମର୍ଟମ ରିପୋର୍ଟରୁ ଦିପାଳୀ ଆତ୍ମହତ୍ୟା କରିନଥିବା ଏବଂ କିଛି ଓଜନିଆ ଜିନିଷରେ  ଆଘାତ ଦେଇ ତାଙ୍କୁ ହତ୍ୟା କରାଯାଇଥିବା ଜଣା ପଡିଥିଲା । ତାପରେ ଘଟଣା ସ୍ଥଳର ସିସିଟିଭି ଫୁଟେଜ ଏବଂ ତଦନ୍ତ ଆଧାରରେ ଜଲନାର ମାଡା କଲୋନୀରେ ରହୁଥିବା ସଚିନ ଗାଏକୱାଡକୁ ପୋଲିସ ଧରିଥିଲା, ଜେରା ବେଳେ ସଚିନ୍ ଖୋଲିଥିଲା ଗୁମର ।

 ବିବାହିତ ସଚିନ ପୂର୍ବରୁ ଦିପାଳୀକୁ ପ୍ରେମ କରୁଥିଲା । ଦୁହେଁ କିନ୍ତୁ ପରେ ଅଲଗା ହୋଇଥିଲେ ବି ସଂପର୍କ ରଖିଥିଲେ ।ଘଟଣା ଦିନ ସଚିନଙ୍କ ସହ ବାଇକ୍ରେ ଦିପାଳୀ ଯାଉଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା । ତେବେ କିଛି ଯୁକ୍ତି ତର୍କ ପରେ ସଚିନ ଷ୍ଟେସନ  ପାଖରେ ଦିପାଳୀଙ୍କୁ ହତ୍ୟା କରି ରେଳ ଧାରଣାରେ ପକାଇ ଦେଇଥିଲା । ତାପରେ ଦିପାଳୀଙ୍କ ଫୋନ୍ରୁ ତାଙ୍କ ବାପାଙ୍କୁ ମେସେଜ ପଠାଇ ଅବିନାଶ ବିରୋଧରେ ଲେଖିଥିଲା । ଅବିନାଶ ତାକୁ ଗୁପ୍ତରେ ବିବାହ କରିଥିବା  ଏବଂ ନିର୍ଯାତନା ଦେଉଥିବାରୁ ସେ ଆତ୍ମହତ୍ୟା କରୁଥିବା ମେସେଜ ଲେଖିଥିଲା ସଚିନ୍ । ଆଉ ତାହାକୁ ତାଙ୍କ ଝି୍ଅର ସୁଇସାଇଡ୍ ମେସେଜ ବୋଲି ଭାବି ପୋଲିସରେ ଅଭିଯୋଗ କରିଥିଲେ ଦିପାଳୀ ବାପା । ତେବେ ସଚିନ ସବୁ ମାନିଯିବା ପରେ ପୋଲିସ ତାକୁ ଗିରଫ କରିଛି । କିନ୍ତୁ ବିନା ଦୋଷରେ କିଛି ଦିନ ପୋଲିସ ହାଜତରେ ରହିବାକୁ ବାଧ୍ୟ ହୋଇଛି ଅବିନାଶ ।   

   Related Posts