ନିଜ ଝିଅର ସ୍ଵାମୀଙ୍କୁ ହତ୍ୟା କରିବାକୁ ୧ କୋଟି ଟଙ୍କାର ସୁପାରୀ ଦେଇଥିବା ତେଲେଙ୍ଗାନା ରାଜନେତାଙ୍କ ଆତ୍ମହତ୍ୟା

Published By : Prameya-News7 Bureau | March 08, 2020 IST

ହାଇଦ୍ରାବାଦ ୦୮।୦୩- ଇଚ୍ଛା ବିରୋଧରେ ନିଜ ଝିଅକୁ ବିବାହ କରିଥିବା ଜଣେ ୨୪ ବର୍ଷୀୟ ଦଳିତ ଯୁବକଙ୍କୁ ହତ୍ୟା କରାଇଥିବା ମାମଲାରେ ଅଭିଯୁକ୍ତ ତେଲେଙ୍ଗାନାର ଜଣେ ରାଜନୈତିକ ବ୍ୟକ୍ତି ରବିବାର ସକାଳେ ହାଇଦ୍ରାବାଦ ଗେଷ୍ଟ ହାଉସରେ ଆତ୍ମହତ୍ୟା କରିଛନ୍ତି। ହାଇଦ୍ରାବାଦ ପୋଲିସ ଏହାର ସୂଚନା ଦେଇଛି।

ସଫିଆବାଦ ପୋଲିସ ଇନ୍ସପେକ୍ଟର ସିଏଚ ସାଇଦି ରେଡ୍ଡୀ କହିଛନ୍ତି ଯେ, ମୃତକର ନାମ ତିରୁନାଗରି ମାରୁଥି ରାଓ(୫୫)। ରବିବାର ସକାଳ ପ୍ରାୟ ୭ଟା ୩୦ରେ ଆର୍ଯ୍ୟଭବନର ଗେଷ୍ଟ ହାଉସରେ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ପୋଲିସ ଶବ ଜବତ କରି ପୋଷ୍ଟମର୍ଟମ ଲାଗି ଓସମାନିଆ ହସ୍ପିଟାଲ ପଠାଇ ଦେଇଛି।

ଶବ ବ୍ୟବଚ୍ଛେଦରୁ ଜଣା ପଡିଛି ଯେ, ମୃତକ ବିଷ ପିଇ ଆତ୍ମହତ୍ୟା କରିଛି। ପୋଲିସ ମୃତକଙ୍କ ଶବ ତାଙ୍କ ପରିଜନକୁ ହସ୍ତାନ୍ତର କରିଥିବା ଇନ୍ସପେକ୍ଟର ରେଡ୍ଡୀ କହିଛନ୍ତି। ନିଜ ପତ୍ନୀ ଓ ଝିଅ ପାଇଁ ମୃତକ ରାଓ ଏକ ସୁଇସାଇଡ୍ ଛାଡି ଯାଇଥିବା ପୋଲିସ କହିଛି।

ସେଥିରେ ଲେଖା ହୋଇଛି, ଗିରଜା ମୋତେ କ୍ଷମା କରି ଦେବ। ଅମୃତା ଦୟା କରି ନିଜ ମା ପାଖକୁ ଫେରି ଆସେ। ରାଓ ସଂକ୍ଷିପ୍ତରେ ନିଜର ସୁଇସାଇଡ ନୋଟରେ ଏସବୁ କଥା ଲେଖିଛି। ପ୍ରାଥମିକ ତଦନ୍ତରୁ ଜଣା  ପଡିଛି ଯେ, ରାଓ ଶନିବାର ବିଳମ୍ବିତ ରାତ୍ରିରେ ଆର୍ଯ୍ୟ ବୈଶ୍ୟ ଭବନ ଯାଞ୍ଚ କରିଥିଲା। ତାଙ୍କ ଡ୍ରାଇଭର ଗେଷ୍ଟହାଉସ ପରିସର ଭିତରେ କାରରେ ଶୋଇ ପଡିଥିଲା।

ରବିବାର ସକାଳେ ରାଓଙ୍କ ପତ୍ନୀ ମିର୍ଯ୍ୟାଲାଗୁଡା ତାଙ୍କୁ ଫୋନ କରିବାକୁ ଚେଷ୍ଟା କରିଥିଲେ, ମାତ୍ର ତାଙ୍କୁ କୌଣସି ଉତ୍ତର ମିଳିନଥିଲା। ଏହା ପରେ ସେ ଡ୍ରାଇଭରଙ୍କୁ ଫୋନ କରିଥିଲେ, ଯିଏ ରୁମକୁ ଆସି ବାହାରୁ କବାଟ ଠକ୍ ଠକ୍ କରିଥିଲେ ବୋଲି ସାଫିଆବାଦ  ପୋଲିସ  କହିଛି।

ଯେବେ ରାଓ ରୁମ ଭିତରୁ କୌଣସି ଉତ୍ତର ଦେଲେ ନାହିଁ, ଡ୍ରାଇଭର ଗେଷ୍ଟହାଉସ କର୍ମଚାରୀଙ୍କୁ ଡାକିଥିଲେ। ଏହା ପରେ କର୍ମଚାରୀ ପୋଲିସକୁ ଫୋନ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିଥିଲେ ଏବଂ ରାଓକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ।

ରାଓ ମାନସିକ ଚାପରେ ଥିଲେ ବୋଲି ପରିବାର ଲୋକେ କହିଛନ୍ତି। ସେ ତାଙ୍କ ଝିଅକୁ  ବିବାହ କରିଥିବା ଯୁବକଙ୍କୁ ହତ୍ୟା କରି ଜେଲ୍ ଯାଇଥିଲେ। ଏହା ପରେ ସେ ଜାମିନରେ ମୁକୁଳିଥିଲେ। କୋର୍ଟରେ ଏହି ହତ୍ୟା ମାମଲାର ଶୁଣା ହେବାର ଥିଲା। କିଛି ଦିନପରେ ଚାର୍ଜସିଟ୍ ଦାଖଲ ହେବାର ଥିଲା।

ଉଲ୍ଲେଖଯୋଗ୍ୟ, ସେ ନିଜ ଝିଅକୁ ବିବାହ କରିଥିବା ଯୁବକଙ୍କୁ ହତ୍ୟା କରିବାକୁ ଏକ କୋଟିର ସୁପାରୀ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.