ସାମୁଦ୍ରିକ ବାତ୍ୟା ଲାଗି IMDଙ୍କ ୫ ଦିନିଆ ଆଡଭାଇଜରୀ, ଗୁଜୁରାଟ ଓ ସୌରାଷ୍ଟ୍ରରେ ଭୀଷଣ ବର୍ଷା ଆଶଙ୍କା

Published By : Prameya-News7 Bureau | May 30, 2020 IST

ନୂଆଦିଲ୍ଲୀ ୩୦।୫:  ଦକ୍ଷିଣ-ପଶ୍ଟିମ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ୫ ଦିନିଆ ଆଡଭାଇଜରୀ ଜାରି କରିଛନ୍ତି। ଏଥିରେ ଦକ୍ଷିଣ ଗୁଜରାଟ, ମଧ୍ୟ ଗୁଜରାଟ ଓ ସୌରାଷ୍ଟ୍ର ଲାଗି ସତର୍କତା ଜାରି ହୋଇଛି। ତେବେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଲାଗି ବାତ୍ୟାର ଭୟ ନଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି।

wp:html /wp:html

ମେ ମଧ୍ୟ ସପ୍ତାହରେ ବଙ୍ଗୋପସାରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘ଉମପୁନ’ ଓଡିଶା ଓ ପଶ୍ଚିମବଙ୍ଗ ସୀମା ମଧ୍ୟ ଦେଇ ଭୂ-ଭାଗକୁ ପ୍ରବେଶ କରିବା ପରେ ଦୁର୍ବଳ ହୋଇଯାଇଥିଲା। ତେବେ ଘୂର୍ଣ୍ଣିବାତ୍ୟା ଯୋଗୁ ଉଭୟ ରାଜ୍ୟରେ ବିପୁଳ ଧନ ଜୀବନହାନୀ ହୋଇଛି। ଗୋଟିଏ ପଟେ ଉପସାଗରୀୟ ବାତ୍ୟାର କ୍ଷୟକ୍ଷତି ତାଜା ଥିବା ବେଳେ ପଶ୍ଚିମ-କେନ୍ଦ୍ର ଓ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଗାମୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ନେଇ ଆଇଏମଡି ପୂର୍ବାନୁମାନ କରିବା ଏବେଲୋକଙ୍କୁ ଆତଙ୍କିତ କରିଛି। 

wp:html /wp:html

ତେବେ ଲଘୁଚାପ ଯଦି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟାରେ ପରିଣତ ହୁଏ ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟରେ ଭୀଷଣ ବର୍ଷା ସାଙ୍ଗକୁ ବାତ୍ୟାର ଆଶଙ୍କା କରାଯାଉଛି। ଏହା ଛଡା ଗୁଜୁରାଟରେ ଆଇଏମଡି ୧ ଓ ୨ ଜୁନରେ ପ୍ରାକ୍‌ ମୌସୁମୀ ବର୍ଷାର ମଧ୍ୟ ଆକଳନ କରିଛନ୍ତି। ଏଥିରେ ଚଳିତବର୍ଷ ମୁମ୍ବାଇରେ ହାରାହାରି ବର୍ଷା ଅଧିକ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରାଯାଇଛି।  ତେବେ ଲଘୁଚାପ ଅମ୍ଫାନ ଯୋଗୁ ଗୁଜରାଟ, ମଧ୍ୟ ଗୁଜରାଟ ଓ ସୌରାଷ୍ଟ୍ର ଲାଗି ଶନିବାର ଠାରୁ ବର୍ଷା ଆଶଙ୍କା କରାଯାଇଥିବା ବେଳେ ପାଣିପାଗ ବିଭାଗ ୫ ଦିନିଆ ଆଡଭାଇଜରି ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.