ଓଡିଆ ହିରୋଇନ୍ଙ୍କ ନାଁ ରେ ଗଣ୍ଡା ଗଣ୍ଡା ଅଭିଯୋଗ- ଚକ୍କରରେ ଚକମା ଖାଇଛନ୍ତି ଏକାଧିକ ଯୁବକ
29/12/2019 at 12:41 PM

ଭୁବନେଶ୍ୱର ୨୯।୧୨ – ଚିନ୍ମୟୀ ଚାର୍ ଶୋ ବିଶ୍ । ଏହି ସୋ-କଲଡ୍ ହିରୋଇନ୍ ଙ୍କ ନାଁ ରେ ଏବେ ଗଣ୍ଡା ଗଣ୍ଡା ଅଭିଯୋଗ । ଏହି ହିରୋଇନଙ୍କ ଚକ୍କରରେ ପଡ଼ି ଚକମା ଖାଇଛନ୍ତି ଏକାଧିକ ଯୁବକ ।

କିଏ ବାହା ହେବାକୁ ବାଉଳା ହୋଇ ୧୨ଲକ୍ଷ ଲୁଟାଇଛନ୍ତି ତ ଆଉ କିଏ ମିଠା ମିଠା କଥାରେ ଫସିଯାଇ ଲକ୍ଷାଧିକ ଟଙ୍କା ଉଡ଼ାଇଛନ୍ତି । ଆଉ ସମସ୍ତଙ୍କୁ ନିଜ ମାୟା ଜାଲରେ ଫସାଇ ଲୁଟିବା ପରେ ଏବେ କୁଆଡ଼େ ଗାଏବ୍ ହୋଇଯାଇଛନ୍ତି ଚିନ୍ମୟୀ ପ୍ରିୟଦର୍ଶିନୀ ।

ଚିନ୍ମୟୀ ପ୍ରିୟଦର୍ଶିନୀ ବାପୁଜୀ ନଗରରେ ନିଜ ନାଁରେ ଏକ ପ୍ରଡକ୍ସନ ହାଉସ୍ ଖୋଲିଥିଲେ । ଆଉ ଫିଲ୍ମରେ ଚାନ୍ସ୍ ଦେବାକୁ କହି ଏକାଧିକ ଯୁବକଙ୍କୁ ଠକିଥିବା ଅଭିଯୋଗ ହୋଇଛି ।

ଏମିତିକି ମ୍ୟାଟ୍ରିମୋନିଆଲ୍ ରେ ନିଜର ବିବାହ ପ୍ରସ୍ତାବ ଦେଇ ଏକାଧିକ ବ୍ୟକ୍ତିଙ୍କୁ ଚୁନ ଲଗାଇଛନ୍ତି । ମାମଲା ଏବେ ଥାନାରେ ପହଞ୍ଚିବା ପରେ ଖୋଳତାଡ଼ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ଚିନ୍ମୟୀଙ୍କୁ ଖୋଜୁଛି ପୋଲିସ ।
ମିଠା କଥାରେ ଫସି ଲୁଟାଇଛନ୍ତି ଲକ୍ଷାଧିକ ଟଙ୍କା
ଲୁଟିବା ପରେ ଗାଏବ୍ ହୋଇଯାଇଛନ୍ତି ଚିନ୍ମୟୀ
ବାପୁଜୀ ନଗରରେ ପ୍ରଡକ୍ସନ ହାଉସ୍ ଖୋଲିଥିଲେ ଚିନ୍ମୟୀ
ମାମଲା ଏବେ ଥାନାରେ, କମିଶନରେଟ୍ ପୋଲିସର ଖୋଳତାଡ଼