Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

୧୯୯୨ ମସିହା ପରେ ପ୍ରତି ୱାଲର୍ଡ କପରେ ବହଳୁଛି ଟିମ୍ ଭାରତର ଜର୍ସି

23/05/2019 at 3:58 PM

କ୍ରିକେଟ ଇତିହାସରେ, ୧୯୭୫ ମସିହାରେ ସର୍ବ ପ୍ରଥମେ ୱାଲର୍ଡ କପ ଖେଳା ଯାଇଥିଲା। ସେହି ସମୟରେ ରଂଗୀନ ଜର୍ସିର ଚଳନ ନଥିଲା। ୧୯୭୫ ମସିହାରୁ ୧୯୮୭ ମସିହା ଯାଏଁ ଖେଳା ଯାଇଥିବା ପ୍ରତ୍ୟେକ ୱାଲର୍ଡ କପ୍‌ରେ ସବୁ ଟିମ୍‌ ଧଳା ଜର୍ସି ପିନ୍ଧି ଖେଳୁଥିଲେ। ୧୯୯୨ ମସିହାରୁ ରଂଗୀନ ଜର୍ସି ପିନ୍ଧିବାର ଚଳନ ଆରମ୍ଭ ହୋଇଥିଲା। ୧୯୯୨ ମସିହାରୁ ଆଜି ଯାଏଁ ପ୍ରତି ୱାଲର୍ଡ କପ୍‌ରେ ଭାରତୀୟ ଟିମ୍‌ ନିଜ ଜର୍ସି ବଦଳାଏ।  

୧୯୯୨ ମସିହାର ୱାଲର୍ଡ କପ୍‌ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳା ଯାଇଥିଲା। ଏହି ୱାଲର୍ଡ କପ୍‌ରେ ଟିମ୍‌ ଇଂଡିଆର ଜର୍ସିର ରଂଗ ନୀଳ ଥିଲା ଓ କାନ୍ଧରେ ଲାଲ ଓ ଧଳା ରଂଗର ପଟି ଥିଲା। ଏହି ୱାଲର୍ଡ କପ୍‌ରେ ଭାରତର ପ୍ରଦର୍ଶନ ବହୁତ ଖରାପ ଥିଲା। ଟପ୍‌ ୪ ର୍ୟାଙ୍କ ମଧ୍ୟରେ ମଧ୍ୟ ପହଞ୍ଚିନଥିଲା ଭାରତ। ୧୯୯୬ ମସିହାରେ ୱାଲର୍ଡ କପ୍‌ ଭାରତ ଓ ପାକିସ୍ତାନରେ ଖେଳା ଯାଇଥିଲା। ଏହି ୱାଲର୍ଡ କପ୍‌ରେ ଟିମ୍‌ ଇଂଡିଆର ଜର୍ସିର ରଂଗ ଆକାଶୀ ରଂଗର ଥିଲା। ଏହା ସହ ଛାତିରେ ବିସିସିଆଇର ଲଗୋ ଥିଲ ଓ କୋଲାରରେ ହଳଦିଆ ରଂଗ ଥିଲା। ଏହି ୱାଲର୍ଡ କପ୍‌ରେ ଭାରତ ସେମି ଫାଇନାଲରେ ସ୍ରୀଲଙ୍କାଠୁ ପରାଜୟ ହୋଇଥିଲା।

୧୯୯୯ ସମିହାରେ ଇଂଲାଣ୍ଡରେ ଖେଳା ଯାଇଥିଲା। ଏହି ୱାଲର୍ଡ କପ୍‌ରେ ଇଂଡିଆ ଟିମ୍‌ର ଜର୍ସିର ରଂଗ ଆକାଶୀ ରଂଗ ଥିଲା। ଏହା ସହ ଆଗରେ ହଳଦିଆ ରଂଗର ଡିଜାଇନ୍‌ ଥିଲା। ଡିଜାଇନ୍‌ର ବାଁ ପଟେ ବିସିସିଆଇ ଲେଖାଯାଇଥିଲା ଏତିରେ ଭାରତ ସେମି ଫାଇନାଲକୁ ମଧ୍ୟ ଯାଇନଥିଲା।

୨୦୦୩ ସମିହାରେ ୱାଲର୍ଡ କପ୍‌ ସାଉଥ ଆଫ୍ରିକା, ଜିମ୍ବାୱେ ଓ କେନିଆରେ ଖେଳା ଯାଇଥିଲା। ଏହି ୱାଲର୍ଡ କପ୍‌ରେ ଇଂଡିଆ ଟିମ୍‌ର ଜର୍ସିର ରଂଗ ଗାଢ ଆକାଶୀ ରଂଗ ଥିଲା। ଏହା ସହ ଛାତିରେ ତିରଂଗା ହେବା ସହ କାନ୍ଧରେ କଳା ରଂଗର ଷ୍ଟ୍ରିପ୍‌ ଥିଲା। ଏହି ୱାଲର୍ଡ କପ୍‌ରେ ଫାଇନାଲ ରାଉଣ୍ଡରେ ଭାରତ ଅଷ୍ଟ୍ରେଲିଆଠୁ ହାରିଥିଲା।

୨୦୧୧ ୱାଲର୍ଡ କପ୍‌ ଭାରତ, ଶ୍ରୀଲଙ୍କା ଓ ବାଙ୍ଗଲାଦେଶରେ ଖେଳା ଯାଇଥିଲା। ଏହି ୱାଲର୍ଡ କପ୍‌ରେ ଭାରତୀୟ ଟିମ୍‌ର ଜର୍ସିର ରଂଗ ନୀଳ ଥିଲା। ବାହୁରୁ ଅଣ୍ଟା ଯାଏଁ ତିରଂଗାର ଚିତ୍ର ଥିଲା ଓ ବିସିସିଆଇ ମଧ୍ୟ ଲେଖାଯାଇଥିଲା।

୨୦୧୫ ମସିହାରେ ୱାଲର୍ଡ କପ୍‌ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳା ଯାଇଥିଲା। ଏହି ୱାଲର୍ଡ କପ୍‌ରେ ଇଂଡିଆ ଟିମ୍‌ ଜର୍ସିର ରଂଗ ଫିକା ନୀଳ ରଂଗ ଥିଲା। ଆଗରେ ଷ୍ଟାର ଇଂଡିଆର ଲଗୋ ଓ ବାଁ ପଟେ ବିସିସିଆଇର ଲୋଗୋ ଥିଲା। ଏହି ୱାଲର୍ଡ କପ୍‌ରେ ଅଷ୍ଟ୍ରେଲିଆଠୁ ଭାରତ ହାରିଥିଲା।

ଗତ ୱାଲର୍ଡ କପ୍‌ ଭଳି ଚଳିତ ବର୍ଷ ୱାଲର୍ଡ କପ୍‌ରେ ମଧ୍ୟ ଭାରତୀୟ ଟିମ୍‌ ନୂଆ ଡର୍ସି ପିନ୍ଧି ଖେଳିବ। 2୦୧୯ ମସିହା ୱାଲର୍ଡ କପ୍‌ ପାଇଁ ପ୍ରସ୍ତୁତ ହୋଇଥିବା ଭାରତୀୟ ଟିମ୍‌ର ଜର୍ସି ବହୁତ ଷ୍ଟାଇଲିସ୍ ଲାଗୁଛି। ଏଥିରେ ଜର୍ସିରେ ଉଭୟ ଫିକା ଓ ଗାଢ ନୀଳ ରଂଗ ଦିଆଯାଇଛି। ଜର୍ସିରେ ଦୁଇଟି କଲର ସେଡ୍‌ସ ଦିଆଯିବା ସହ ଆଗରେ ଅପୋ ଇଂଡିଆ ବ୍ରାଣ୍ଡିଗଂର ଲୋଗୋ ଅଛି। ଛାତିରେ ବିସିସିଆଇର ଲୋଗୋ ମଧ୍ୟ ଅଛି।   

   Related Posts