Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ରାଜାଙ୍କୁ ପ୍ରତିଦିନ ଖାଇବାରେ ଦିଆଯାଉଥିଲା ଟିକେ ଟିକେ ବିଷ : ଜାଣନ୍ତୁ କାହିଁକି

18/05/2019 at 4:56 PM

ଜୟପୁର ୧୮/୫ : ପ୍ରାଚୀନ କାଳରେ ରାଜା ମହାରାଜାଙ୍କ ଶାସନ ଚାଲୁଥିଲା । ରାଜା ମହାରାଜାମାନେ ପରାକ୍ରମି ଏବଂ ଯୁଦ୍ଧ କଳାରେ ନିପୁଣ ଥିଲେ । ଏହାଛଡା ରାଜା ମହାରାଜାମାନେ ଖାଇବା ପିଇବାରେ ମଧ୍ୟ ସୌଖୀନ ଥିଲେ । ଆଜି ଆମେ ଏମିତି ଜଣେ ରାଜାଙ୍କ ସମ୍ପର୍କରେ ଜାଣିବା ଯିଏ ସବୁଠାରୁ ପରାକ୍ରମି ଥିଲେ ଏବଂ ଖାଇବା ପିଇବାରେ ବହୁତ ସୌଖୀନ ଥିଲେ ।

ଏହି ରାଜା ଦିନକୁ ପାଖାପାଖି ୩୫ କିଲୋ ଖାଦ୍ୟ ଖାଉଥିଲେ । ଏହି ରାଜା ହେଲେ ଗୁଜୁରାଟର । ରାଜା ହେଲେ ମହମ୍ମଦ ବେଗଡା । ରାଜା ମହମ୍ମଦ ବେଗଡା ୧୩ ବର୍ଷ ବୟସରୁ ୫୩ ବର୍ଷ ବୟସ ପର୍ଯ୍ୟନ୍ତ ରାଜୁତି କରିଥିଲେ । ଏ ପର୍ଯ୍ୟନ୍ତ କୌଣସି ରାଜା ଏତେ ସମୟ ଧରି ରାଜୁତି କରିନଥିଲେ ।

ଅଧିକ ଖାଉଥିବା ହେତୁ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ସୁଦୃଢ ଥିଲା । ସକାଳ ଜଳଖିଆରେ ସେ ଗୋଟିଏ ଗିନା ମହୁ, ଗୋଟିଏ ଗିନା ଲହୁଣୀ, ୧୦୦ ରୁ ୧୫୦ କିଲୋ କଦଳୀ ଖାଉଥିଲେ । ଦ୍ୱିପ୍ରହର ଭୋଜନରେ ୩୫ ରୁ ୩୭ କିଲୋ ଖାଦ୍ୟ ଖାଉଥିଲେ । କେବଳ ସେତିକି ନୁହେଁ ଖାଇବା ପରେ ୪\୬ କିଲୋ ମିଠା ଭାତ ଖାଉଥିଲେ । ଏତେ ମାତ୍ରାରେ ଖାଦ୍ୟ ଖାଇବା ପରେ ରାଜାଙ୍କୁ ଭୋକ ହେଉନଥିଲା । ଅଧିକ ଖାଉଥିବାରୁ ତାଙ୍କୁ ରାତିରେ ଭୋକ ହେଉନଥିଲା । କାଳେ ରାତିରେ ଭୋକ ହେବ ସେଥିପାଇଁ ତାଙ୍କ ଖାଇବା ବ୍ୟବସ୍ଥା କରାଯାଉଥିଲା ।

ତାଙ୍କ ଖଟ ଦୁଇପଟେ ମାଂସ ସିଙ୍ଗଡା ରଖାଯାଉଥିଲା । ୟୁରୋପିଅ ଐତିହାସିକ ବାରବୋସା ଏବଂ ବର୍ଥମାଙ୍କ ଅନୁଯାୟୀ ରାଜାଙ୍କୁ ଖାଇବାରେ ବିଷ ମିଶାଇ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା । ରାଜାଙ୍କ ରୋଗ ପ୍ରତିରୋଧକ ଶକ୍ତି ବିଷ ସହ୍ୟ କରିବା ଶକ୍ତି ବଢାଇବ ବୋଲି ପ୍ରତିଦିନ ତାଙ୍କ ଖାଇବାରେ ଅଳ୍ପ ମାତ୍ରାରେ ବିଷ ମିଶାଯାଉଥିଲା ।

   Related Posts