ବନ୍ୟାରେ ନଷ୍ଟ ହେଲା ୭ ହଜାରରୁ ଉର୍ଦ୍ଧ୍ଵ ହେକ୍ଟର ଫସଲ, ବନ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବିରେ ଯୁବ କଂଗ୍ରେସ ପକ୍ଷରୁ ତହସିଲଦାରଙ୍କୁ ଦାବି ପତ୍ର

Published By : Prameya-News7 Bureau | September 08, 2020 IST

ଯାଜପୁର ୦୮।୦୯: ଚଳିତ ବନ୍ୟାରେ ଯାଜପୁର ଜିଲ୍ଲା ସମେତ ଦର୍ପଣ ତହସିଲ୍ ଅନ୍ତର୍ଗତ ଅନେକ ଗାଁରେ ବହୁ କ୍ଷତି ଘଟିଛି। ଏଥିରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଚାଷୀକୂଳ। ପ୍ରାୟ ୭ ହଜାରରୁ ଅଧିକ ହେକ୍ଟର ଚାଷଜମିରେ ବନ୍ୟା ଜଳ ମାଡି ଫସଲ ନଷ୍ଟ କରିଦେଇଛି। ଅପରପକ୍ଷରେ କିଛି ଲୋକ ପ୍ରତିନିଧି ଏହାକୁ ନେଇ ରୀତିମତ ଏକ ରାଜନୀତି କରୁଛନ୍ତି। ବିଚରା ଚାଷୀ ଭାଇ ମାନେ ବର୍ଷକର ଆହାର ହରାଇବା ପରେ କିପରି ଋଣ ପରିଶୋଧ କରିବେ ସେନେଇ ଘୋର ମାନସିକ ଚାପରେ ଅଛନ୍ତି।

ଅପରପକ୍ଷରେ ବନ୍ୟା ପରେ ପୁଣି ଚାଷୀ ଭାଇମାନଙ୍କୁ ଉଚିତ କ୍ଷତିପୂରଣ ସହିତ ମାଗଣାରେ ବିହନ,ସାର ସହିତ ପୂର୍ବରୁ ସମସ୍ତ ଋଣ ଛାଡ ଆଦି ୫ ଦଫା ଦାବି ନେଇ ଆଜି ଯାଜପୁର ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ଶ୍ରୀ ଯୁକ୍ତ ଚର୍ଚ୍ଚିତ ମାହାଲାଙ୍କ ନେତୃତ୍ୱରେ ଏକ ଟିମ୍ ଦର୍ପଣ ସହକାରୀ ତହସିଲଦାର ଅଭିଲିପସା ଦାସଙ୍କୁ ଏକ ଦାବି ପତ୍ର ପ୍ରଦାନ କରିବା ସହିତ ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ସମ୍ଵନ୍ଧରେ ଆଲୋଚନା କରିଥିଲେ।

ପ୍ରାକୃତିକ ବିପର୍ଯ୍ୟୟ ବେଳେ ଲୋକଙ୍କୁ ସହାଯ୍ୟ କରିବା ବଦଳରେ କିଛି ହୀନ ଲୋକପ୍ରତିନିଧି ହୀନ ରାଜନୀତି କରୁଛନ୍ତି। ଏଣୁ ଏହାକୁ ନିନ୍ଦା କରିବା ସହିତ ଆମ ଦ୍ଵାରା  ଦର୍ପଣ ତହସିଲଦାଙ୍କୁ ପ୍ରଦାନ ଦାବି ପତ୍ର ଉପରେ ସଠିକ ସୁବିଚାର କରାନଗଲେ ଯାଜପୁର ଯୁବ କଂଗ୍ରେସ ପକ୍ଷରୁ ବଡଚଣା ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛନ୍ତି ସମ୍ପାଦକ ମାହାଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.