ପାକିସ୍ତାନ ନେତା ପାକିସ୍ତାନକୁ ବିରୋଧ କରି ଦେଲେ ମନ୍ତବ୍ୟ, ଗାଇଲେ ଭାରତୀୟ ଦେଶାତ୍ମବୋଧ ସଂଗୀତ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | September 02, 2019 IST

ନୂଆଦିଲ୍ଲୀ୨|୯: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏବେ ଚକ୍ରବ୍ୟୁହ ରଚିବା ଆରମ୍ଭ କରିଦେଇଛି। ଜମ୍ମୁ-କାଶ୍ମୀରରୁ ପ୍ରସଙ୍ଗକୁ ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବାରମ୍ବାର ମତ ପରିବର୍ତ୍ତନ କରୁଛନ୍ତି। ପାକିସ୍ତାନର ଲୋକମାନେ ମଧ୍ୟ ତାଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ଇମ୍ରାନଙ୍କୁ ସମର୍ଥନ କରିବା ବଦଳରେ ତାଙ୍କ କଥାକୁ ପାକିସ୍ତାନବାସୀ ଅଣଦେଖା କରୁଛନ୍ତି ବୋଲି ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପାକିସ୍ତାନ ଓ ଭାରତ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି ହେଲେ ଏହି ସମୟରେ ପାକିସ୍ତାନର ନେତା ଭାରତକୁ ସମର୍ଥନକରି ଭାରତର ଦେଶାତ୍ମବୋଧ ସଂଗୀତ ବୋଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପାକିସ୍ତାନ ରାଜନୀତିରେ ଦବଦବା ବଜାୟ ରଖିଥିବା ମୁତ୍ତାହୀଦା କୌମି ମୁଭ୍‌ମେଣ୍ଟ ପାର୍ଟିର ନେତା ଅଲତାଫ୍‌ ହୁସେନ ଭାରତୀୟ ଦେଶାତ୍ମବୋଧ ସଂଗୀତ ଗାଇବା  ଭିଡିଓ ଏବେ ଭାଇରାଲ ହୋଇଛି। ‘ସାରେ ଜହାଁ ସେ ଆଚ୍ଛା ହିନ୍ଦୁସ୍ତା ହମାରା’  ଗୀତ ସେ ଏହି ଭଡିଓରେ ଗାଉଛନ୍ତି।

wp:core-embed/twitter {"url":"https://twitter.com/ANI/status/1167829752255848454","type":"rich","providerNameSlug":"twitter","className":""}
https://twitter.com/ANI/status/1167829752255848454
/wp:core-embed/twitter

ପାକିସ୍ତାନ ବିରୋଧୀ  ଭାଷଣ ହୁସେନ ସବୁବେଳେ ଦେଇଥାନ୍ତି। ସେଥିଲାଗି ପ୍ରାୟ ସମୟରେ ଚର୍ଚ୍ଚା ପରିସରକୁ ସେ ଜାଣିଶୁଣି ଟାଣି ହୋଇ ଆସିଥାନ୍ତି। ୨୦୧୯ ମସିହା ଜୁନ ମାସରେ ପାକିସ୍ତାନ ବିରୋଧୀ ଭାଷଣ ପାଇଁ ତାଙ୍କୁ ଗିରଫ କରାଯାଇଥିଲା।ଲଣ୍ଡନରେ ଥିବା ତାଙ୍କ ବାସଭବନରୁ ତାଙ୍କୁ ଗରିଫ କରାଯାଇଥିଲା। ସେହିପରି ୨୦୧୬ ମସିହାରେ ପାକିସ୍ତାନ ବିରୋଧୀ ଭାଷଣ​‌ ଦେଇ ସେ କ୍ଷମା ପ୍ରାର୍ଥନା କରିଥିଲେ ।

ପାକିସ୍ତାନ ଆତଙ୍କବାଦୀ ସଂଗଠନକୁ ପ୍ରୋତ୍ସାହନ ଦେଉଛି ବୋଲି  ହୁସେନ ବହୁଥର ସମାଲୋଚନା କରିଛନ୍ତି। ପୁରା ଦୁନିଆ ପାଇଁ  ପାକିସ୍ତାନ କ୍ୟାନ୍‌ସର ରୋଗ ବୋଲି ସେ କହିଥିଲେ। ପାଖାପାଖି ଦୀର୍ଘ ୩୦ ବର୍ଷ ହେବ ସେ କରାଚି ରାଜନୀତିରେ ଦବାଦବା ଜାହିର କରିଆସୁଛନ୍ତି। ପାକିସ୍ତାନ ବିରୋଧୀ ଭାଷଣ ଦେଇ ବହୁଥର ତାଙ୍କୁ ଜେଲ ଯିବାକୁ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.