ନୋଇଡା୨୨/୧୧: ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପୋଲିସ କର୍ମୀଚାରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଜଣେ ଓକିଲ ଓ ତା’ ସାଙ୍ଗମାନେ ମିଶି ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।
ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ଓକିଲ ଓ ତା’ ସାଙ୍ଗମାନେ ଖାଇବାରେ ନିଶା ଔଷଧ ମିଶାଇ ମହିଳା ପୋଲିସ କର୍ମୀଚାରୀଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମ ବେଳର ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ଅଭିଯୁକ୍ତ ପୀଡ଼ିତାଙ୍କୁ ଧମକ ଦେଉଥିବା ପୋଲିସ ସୂଚନା ଦେଇଛି।। ଶେଷରେ ଅଭିଯୁକ୍ତଙ୍କ ବିରୋଧରେ ପୀଡ଼ିତା ମୁହଁ ଖୋଲିଛନ୍ତି। ଗ୍ରେଟର ନୋଇଡା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ପୀଡ଼ିତା ଏଫ୍ଆଇଆର ଦେଇଛନ୍ତି।
ପୀଡ଼ିତାଙ୍କ କହିବା ଅନୁସାରେ ୩ ମାସ ହେବ ଅଭିଯୁକ୍ତମାନେ ଭିଡିଓ ଭାଇରାଲ କରି ଦେବେ ବୋଲି ଧମକ ଦେଉଥିଲେ। ଏପରି କି ତାଙ୍କୁ ଟଙ୍କା ମଧ୍ୟ ମାଗୁଥିଲେ। ଶେଷରେ ବାଧ୍ୟ ହୋଇ ଗ୍ରେଟର ନୋଇଡ଼ା ଥାନାରେ ପୀଡିତା ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି। ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି।