ଚଳନ୍ତା ଟ୍ରକର ତେଲ ଟାଙ୍କିରେ ବିରାଟକାୟ ଅଜଗର, ଦେଖିଲେ ପଛରେ ଆସୁଥିବା ଗାଡି ଚାଳକ

Published By : Prameya-News7 Bureau | October 16, 2020 IST

ଆନନ୍ଦପୁର ୧୬।୧୦:  ଲୁହାପଥର ବୋଝେଇ ଏକ ଚଳନ୍ତା ଟ୍ରକରେ ବିରାଟକାୟ ଅଜଗର ଦେଖିବାକୁ ମିଳିଛି। ଆନନ୍ଦପୁର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ଖପରାଖାଇ ବାଇପାସ୍ ଛକ ନିକଟରେ ଲୁହାପଥର ବୋଝେଇ ଏକ ୧୪ ଚକିଆ ଟ୍ରକର ଡିଜେଲ ଟାଙ୍କି ଉପରେ ଏକ ବିରାଟ ଅଜଗର ବୁଲୁଥିବା ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ ସଂପୃକ୍ତ ଟ୍ରକଟି ଚାଲୁଥିବା ବେଳେ ପଛରେ ଆସୁଥିବା ଅନ୍ୟ ଏକ ଟ୍ରକର ଡ୍ରାଇଭରଙ୍କ ନଜର ସାପ ଉପରେ ପଡିଥିଲା। ସଙ୍ଗେସଙ୍ଗେ ଡ୍ରାଇଭର ସାପଥିବା ଗାଡିକୁ ଓଭରଟେକ୍ କରି ଅଟକାଇଥିଲେ ଏବଂ ତାଙ୍କ ଗାଡିରେ ସାପ ଥିବା ସୂଚନା ଦେଇଥିଲେ।  ପରେ  ଡ୍ରାଇଭର ଜଣଙ୍କ ସ୍ନେକ୍ ହେଲ୍ପଲାଇନକୁ ଖବର ଦେବାରୁ ଆନନ୍ଦପୁର ବନବିଭାଗ ଅଧିନ ସ୍ନେକ୍ ହେଲ୍ପଲାଇନର କର୍ମଚାରୀମାନେ ସେଠାରେ ପହଁଞ୍ଚିଥିଲେ ଏବଂ ସାପଟିକୁ ଉଦ୍ଧାର କରିବା ସହ ନିକଟସ୍ଥ ଜଙ୍ଗଲରେ ଛାଡିଛନ୍ତି।  କନ୍ତୋ ନିକଟସ୍ଥ ଏକ ରାସ୍ତାକଡିଆ ଢାବାରେ ଖାଇବା ସମୟରେ ଗାଡିକୁ ସାପ ଉଠି ଆସିଥିବା ସନ୍ଦେହ କରିଛନ୍ତି ଡ୍ରାଇଭର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.