Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଯନ୍ତ୍ର କି ମଣିଷ ନୁହେଁ, ଲ୍ୟାଣ୍ଡମାଇନ୍ ଚିହ୍ନଟ କରୁଛି ମୂଷା, ବାହାଦୂରୀ ଓ କର୍ତ୍ତବ୍ୟ ପାଇଁ ମିଳିଲା ସ୍ଵର୍ଣ୍ଣ ପଦକ

25/09/2020 at 10:10 PM

ନୂଆଦିଲ୍ଲୀ ୨୫।୦୯: ଲ୍ୟାଣ୍ଡମାଇନ୍‌ର ସନ୍ଧାନ କରୁଥିବା ମୂଷାକୁ ଜୀବନସାରା ବାହାଦୂରୀ ଓ କର୍ତ୍ତବ୍ୟ ପ୍ରତି ସମର୍ପଣ ପାଇଁ ସ୍ଵର୍ଣ୍ଣ ପଦକରେ ସମ୍ମାନିତ କରାଯାଇଛି।

ମେଗାଓ୍ଵା ଏକ ବିଶାଳ ଆଫ୍ରିକାନ ପାଉଚ ମୂଷା ୩୯ ଲ୍ୟାଣ୍ଡମାଇନ୍ ସନ୍ଧାନ କରିବାରେ ସଫଳ ହୋଇଛି। ଏହା ସହିତ କାମ୍ବୋଡିଆରେ ୨୮ ବିସ୍ଫୋରକ ସାମଗ୍ରୀ ସନ୍ଧାନ କରିଛି ଏହି ମୂଷା। ମୂଷାକୁ ଏପିଓପିଓ ଦ୍ଵାରା ପ୍ରଶିକ୍ଷିତ କରାଯାଇଥିଲା। ସେ ସଂସ୍ଥାର ସବୁଠୁ ସଫଳ ମୂଷା। ଏହି ମୂଷାଙ୍କ ଦଳ ୧ ଲକ୍ଷ ୪୧ ହଜାର  ବର୍ଗ ଜମିକୁ ସଫା କରିଛନ୍ତି, ଯାହା ୨୦ ଫୁଟବଲ ପଡିଆ ସହ ସମାନ।

ମଗଓ୍ଵାକୁ ଆନୁଷ୍ଠାନିକ ଭାବେ ତାର କାମ ପାଇଁ ମାନ୍ୟତା ଦିଆଯାଇଛି। ଏହି ଧରଣର ପୁରସ୍କାର ପାଇବାରେ ଚ୍ୟାରିଟିର ୭୭ ବର୍ଷର ଇତିହାସରେ ଏହା ପ୍ରଥମ ମୂଷା। ଏପିଓପିଓର ମୁଖ୍ୟ କାର୍ଯ୍ୟକାରୀ କ୍ରିଷ୍ଟୋଫ କକ୍ସ କହିଛନ୍ତି, ମଗଓ୍ଵା ଏହି ପଦକ ପାଇବା ବାସ୍ତବରେ ଆମ ପାଇଁ ସମ୍ମାନର କଥା। ମୁଁ ଏପିଓପିଓ ସହିତ ୨୦ ବର୍ଷରୁ କାମ କରୁଥିବା ସେ କହିଛନ୍ତି।

ଏହି ସଂସ୍ଥା ବିଶେଷ କରି ପଶୁଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି। ପ୍ରଶିକ୍ଷଣ ଦେବା ପାଇଁ କର୍ମଚାରୀଙ୍କୁ ଭୋର ସକାଳୁ ଉଠିବାକୁ ପଡିଥାଏ।  ଉଲ୍ଲେଖନୀୟ କମ୍ଵୋଡିଆର ଲୋକ ସମଗ୍ର ଦୁନିଆରେ ସବୁଠୁ ଅଧିକ ଲ୍ୟାଣ୍ଡମାଇନ୍‌ରେ ପୀଡିତ। ତେଣୁ ଲ୍ୟାଣ୍ଡମାଇନ୍ ଚିହ୍ନଟ ପାଇଁ ମୂଷାକୁ ସ୍ଵତନ୍ତ୍ର  ପ୍ରଶିକ୍ଷଣ ଦିଆଯାଉଛି।

ଏପିଓପିଓର ମୁଖ୍ୟ କାର୍ଯ୍ୟକାରୀ କ୍ରିଷ୍ଟୋଫ କକ୍ସ କହିଛନ୍ତି ମୂଷା ବହୁତ ବୁଦ୍ଧିମାନ ଏବଂ ଅନ୍ୟ ପଶୁଙ୍କ ତୂଳନାରେ ବହୁତ ଚଞ୍ଚଳ। ମୂଷାକୁ ବିସ୍ଫୋରକ ଭିତରେ ରାସାୟନିକ ଯୌଗିକର ଚିହ୍ନଟ ପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି।

   Related Posts