ମାଲକାନଗିରି-ଛତିଶଗଡ଼ ସୀମାନ୍ତ ସୁକୁ‌ମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଜଣେ ଅଧିକାରୀ ସହିଦ, ୯ ଯବାନ ଗୁରୁତର

Published By : Prameya-News7 Bureau | November 29, 2020 IST

ମାଲକାନଗିରି୨୯/୧୧: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ପୋଲିସ ଅଧିକାରୀ ସହିଦ ହୋଇଥିବା ବେଳେ ୯ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ବାୟୁ ସେନାର ୨ଟି ହ୍ୟାଲିକେପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି। କମ୍ବିଂ ଅପରେସନ ସାରି ଯବାନମାନେ  କ୍ୟାମ୍ପକୁ ଫେରିବା ସମୟରେ ନକ୍ସଲମାନେ ଏହି ବିସ୍ଫୋରଣ କରିଥିଲେ। ଘଟଣାସ୍ଥଳରେ ସିଆରପିଏଫ ଓ ଡିଆରଜି ବାହିନୀ ପହଞ୍ଚି ଜୋରଦାର ଅପରେସନ ଆରମ୍ଭ କରିଥିଲେ।  

ସିରିଏଲ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ସହିଦ ହୋଇଥିବା ବେଳେ ୯ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ପରେ ରବିବାର ସକାଳେ ସୁକୁମା ଏପ.ପିଙ୍କ କେ .ଏଲ ଧ୍ରୁବଙ୍କ ସହ ସିଆରପିଏଫ ଓ ଡିଆରଜି ବାହିନୀର ଯବାନମାନେ ତାଡ଼ମେଟଲା ଜଙ୍ଗଲରେ ପହଞ୍ଚି ଜୋରଦାର ଅପରେସନ ଆରମ୍ଭ କରିଛନ୍ତି । ଅନେକ ହାଡକୋର୍ ମାଓବାଦୀ ବନ୍ଧୁକ ଗୁଳିରେ ଜୀବନ ହାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.