Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବୈତରଣୀରେ ବ୍ୟାରେଜ ପାଇଁ ଲକ୍ଷେ ଦସ୍ତଖତ ଅଭିଯାନ, ୪ ବ୍ଲକରେ ହେବ ପଦଯାତ୍ରା

9/09/2020 at 5:22 PM

ଭଦ୍ରକ ୦୯।୦୯:  ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀର ବନ୍ୟା ମନୁଷ୍ୟକୃତ । ବନ୍ଧ ଓ ଏସକେପର ପରେ ମଧ୍ୟ ବ୍ୟାରେଜର ଆବଶ୍ୟକତା ରହିଥିବା ବିରୋଧିଦଳ ଉପନେତା କହିଛନ୍ତି । ଭଦ୍ରକ ଜିଲ୍ଲାର ବନ୍ୟାଞ୍ଚଳ ବୁଲିଛି ବିଜେପିର ପ୍ରତିନିଧି ମଣ୍ଡଳୀ । ପରେ ଆଖୁଆପଦା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାରେ ବନ୍ୟା ରୋକିବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ର ଅଭାବ ଥିବା କହିଛନ୍ତି ।

ବିଷ୍ଣୁ ସେଠୀଙ୍କ ମତରେ ବୈତରଣୀ ନଦୀର ଭଦ୍ରକ ଜିଲ୍ଲା ଆଖୁଆପଦା ଠାରେ ଆବଶ୍ୟକୀୟ ଭିତ୍ତିଭୂମି ଥାଇ ମଧ୍ୟ ବ୍ୟାରେଜ ନିର୍ମାଣକୁ କେହି ଦୟଣା ଦେଉନାହାନ୍ତି । ୧୮୭୧ ବ୍ରିଟିଶ ଶାସନ ସମୟ ସମୟରୁ ଆନିକଟ ନିର୍ମାଣ ହୋଇଛି। ଏହି ଆନିକଟ ଉଭୟ ଭଦ୍ରକ ଓ ଯାଜପୁର  ଜିଲ୍ଲାରେ ଜଳସେଚନରେ ସାହାଯ୍ୟ କରୁଛି। ୧୯୯୭ ମସିହାରେ ବିଶ୍ଵବ୍ୟାଙ୍କ ସହାୟତାରେ ଆନିକଟର ଉନ୍ନତିକରଣ କରାଯାଇଛି। ଆନିକଟର ଆୟତନ ୪.୫ ବର୍ଗ କିଲୋମିଟର ହୋଇଥିବା ବେଳେ ଏହି ଠାରେ ବ୍ୟରେଜ ନିର୍ମାଣ ହେଲେ ସର୍ବନିମ୍ନ ଜଳଧାରଣ କ୍ଷମତା ୨୦ ମିଟରକୁ ଆଧାର କରି ୧୩.୫ ବର୍ଗ କିଲୋମିଟର ହୋଇପାରିବ ।

ବନ୍ୟା ଜଳକୁ ସଂରକ୍ଷଣ କରି ଚାଷ ଜମିକୁ ଯୋଗାଇ ଦିଆଯାଇ ପାରିବ। ଜିଲ୍ଲାର ଭଦ୍ରକ , ଧାମନଗର, ଭଣ୍ଡାରୀପୋଖରୀ ବ୍ଲକରେ ଖରିଫ ଫସଲ ପାଇଁ  ୧୯ ହଜାର ୬୫୦ ହେକ୍ଟରରୁ ଅଧିକ ଚାଷ ଜମି ଓ ରବି ଚାଷ ପାଇଁ ୮୦୦ ହେକ୍ଟର ଚାଷ ଜମି କୁ ଜଳସେଚିତ କରାଯାଇ ପାରିବ । ତେବେ ଏହି କଥା ଏଥର ବିଧାନସଭାରେ ଉଠିବ ବୋଲି କହିଛନ୍ତି ବିଷ୍ଣୁ ସେଠୀ। ବ୍ୟାରେଜ ନିର୍ମାଣ ଦାବି ରେ ଏକ ଲକ୍ଷ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କୁ ଦିଆଯିବ ।

ଏଥିପାଇଁ ଆଜି ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଆଗାମୀ ଦିନରେ ବିଜେପି ନେତା ବଦ୍ରି ଧଳଙ୍କ ନେତୃତ୍ଵରେ ଭଣ୍ଡାରୀପୋଖରୀ ବ୍ଲକର ବୈତରଣୀ ନଦୀ କୂଳରୁ ପଦଯାତ୍ରା ଆରମ୍ଭ ହେବ । ପରେ ଧାମନଗର , ତିହିଡି ଓ ଶେଷ ରେ ଚାନ୍ଦବାଲି ବ୍ଲକ ରେ ଏହି ପଦଯାତ୍ରା ଶେଷ ହେବ ବୋଲି ବିରୋଧିଦଳ ଉପନେତା କହିଛନ୍ତି ।

   Related Posts