ଯୁବତୀଙ୍କ ସହ ସ୍କୁଟିରେ ବସି ଜଣେ ପୁରୁଣାବନ୍ଧୁ କଲେ ଏମିତିକାମ, ଲୋକଦେଖି ତାଜୁବ ହୋଇଗଲେ

Published By : Prameya-News7 Bureau | January 05, 2019 IST

ଲୁଧିଆନା ୫/୧୨-ଜଣେ ଯୁବତୀ ସହିତ ପୁରୁଣାବନ୍ଧୁ କଲେ ଏମିତି କିଛି, ଯାହାଲୋକ ଦେଖି ତାଜୁବ ହୋଇଗଲେ । ଯୁବତୀଙ୍କ ସ୍କୁଟିରେ ଯୁବକ ବସି ଯୁବତୀଙ୍କୁ କଣ କରିଛି ହଇରାଣ ଆସନ୍ତୁ ଜାଣିବା ।

ସରଭା ଅଂଚଳରେ ରହୁଥିବା ଯୁବତୀ ଗଗନଦ୍ଵୀପ କଲୋନୀରେ ରହୁଥିବା ପଂକଜ ସେହଗଲ ନାମକ ଜନେ ଯୁବକଙ୍କ ସହ ଆଗରୁ ବନ୍ଧୁତା ଥିଲା । କିନ୍ତୁ କିଛିଦିନ ହେବ ଯୁବତୀ ସେ କଲୋନୀ ଛାଡ଼ି ଅନ୍ୟଏକ ସ୍ତାନରେ ରହୁଥିଲା । ଯୁବତୀ ଗୋଟିଏ ଘରୋଇ ସଂସ୍ଥାରେ ଚାକିରୀ କରୁଥିଲା । ଯୁବତୀଙ୍କ ପ୍ରତି ଯୁବକଙ୍କ ଏକତରଫା ପ୍ରେମ ଥିଲା ବୋଲି ପୋଲିସ ତଦନ୍ତ ସମୟରେ ଜାଣିପାରିଛି । ଯୁବତୀ ଅଫିସରୁ ଫେରିବା ସମୟରେ ଜୋର କରି ତାଙ୍କ ସ୍କୁଟିରେ ବସିଥିଲା । ପଂକଜ ସ୍କୁଟିରେ ବସିବାପରେ ଯୁବତୀଙ୍କ ପେଟରେ ଧାରୁଆ ଅସ୍ତ୍ର ଲଗାଇ ଫାଙ୍କା ଜାଗାକୁ ଯିବାକୁ କହିଥିଲା । ଯୁବତୀ ଫାଙ୍କା ସ୍ଥାନକୁ ଗଲାପରେ ସେଠାରେ ତାଙ୍କୁ ମାଡ଼ ମାରିଥିବା ଯୁବତୀ କହିଛନ୍ତି ।

କାହିଁକି ତା ସହ ସଂପର୍କ ରଖୁନି ବୋଲିକହି ଯୁବକ ମାଡ଼ ମାରିଥିବା ଥାନାରେ ଅଭିଯୋଗ କରିଛନ୍ତି ।

ରାସ୍ତାରେ ଜଣେ ଯୁବତୀସହ ଏଭଳି କାଣ୍ଡକାରଖାନା ଦେଖି ଲୋକ ତାଜୁବ ହୋଇଯାଇଥିଲେ । ଏହିକାଣ୍ଡ ଦେଖି ଆଖପାଖରେ ଥିବା ଲୋକମାନେ ମଧ୍ୟ ରୁଣ୍ଡ ହୋଇଯାଇଥିଲେ । ଯୁବକ ଲୋକଙ୍କୁ ଦେଖି ଫେରାର ହୋଇଯାଇଥିଲା ।ନିକଟସ୍ଥ ହସପିଟାଲକୁ ଯୁବତୀଙ୍କୁ ଚିକିତ୍ସା ପାଇଁ ସ୍ତାନୀୟଲୋକଙ୍କ ସହୟତାରେ ପଠାଯାଇଥିଲା । ପୋଲିସ ଏତାଲା ଗ୍ରହଣକରି ତଦନ୍ତ ଚାଲୁ ରଖିଛି ।

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.