ବିଚ୍ ରାସ୍ତାରେ ଯୁବକଙ୍କୁ ପିଟିଲେ ଯୁବତୀ : ଭିଡିଓ ଭାଇରାଲ

Published By : Prameya-News7 Bureau | December 04, 2019 IST

ଜୟପୁର ୦୪।୧୨: ବିଚ୍ ରାସ୍ତାରେ ଯୁବକଙ୍କୁ ପିଟିଲେ ଯୁବତୀ । ଏଭଳି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟି  ଜୟପୁର ଜୟନଗର  ଅଞ୍ଚଳର ବୋଲି ଜଣାପଡିଛି  ।

{"id":193626,"sizeSlug":"large"}

ସୂଚନାଯୋଗ୍ୟ ଯେ, ଯୁବକ ଜଣଙ୍କ ବାଇକ୍ ରେ ବସିଥିବା ବେଳେ ଯୁବତୀ ଜଣଙ୍କ ତାଙ୍କୁ ମାଡ ମାରିବା ସହ ତାଙ୍କ ଗାଡି ଚାବିକୁ ଛଡାଇବାକୁ ଚେଷ୍ଟା କରୁଛନ୍ତି । ଯୁବକ ଜଣଙ୍କ ସେହି ସ୍ଥାନ ଛାଡି ପଳାଇବାକୁ ଚେଷ୍ଟା କରୁଥିଲେ ବି ତାଙ୍କ ବ୍ୟାଗ୍ ଟାଣି ଧରିବା ସହ ତାଙ୍କୁ ଛାଡୁ ନାହାନ୍ତି  ଯୁବତୀ ଜଣଙ୍କ । ତେବେ କୌଶଳକ୍ରମେ ଯୁବକ ଜଣଙ୍କ ସେଠାରୁ ଖସି ପଳାଉଛନ୍ତି । ଏହି ଘଟଣାକୁ ରାସ୍ତାରେ ଯାଉଥିବା ଲୋକେ ଦେଖୁଥିଲେ ବି କେହି କିଛି କରିପାରୁନାହାନ୍ତି । ତେବେ କାହିଁକି ଯୁବତୀ ଜଣଙ୍କ ରାସ୍ତାରେ ସମସ୍ତଙ୍କ ସାମ୍ନାରେ ଯୁବକଙ୍କୁ ପିଟୁଛନ୍ତି ତାହା ଜଣାପଡୁନାହିଁ । ଦୁହିଁଙ୍କ ପରିଚୟ ମିଳିନଥିବା ବେଳେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.