କିଙ୍ଗ କୋବ୍ରା ଏବଂ ଓ୍ବାଇଲ୍ଡ ଲିଜାର୍ଡ ମଧ୍ୟରେ ଭୟଙ୍କର ଲଢ଼େଇ, ଶେଷରେ ପରିଣାମ ହେଲା ଏମିତି, ଭିଡିଓ ଭାଇରାଲ୍‌

Published By : Prameya-News7 Bureau | September 20, 2021 IST

ନୂଆଦିଲ୍ଲୀ ୨୦/୦୯: ସୋସିଆଲ୍‌ ମିଡିଆରେ ପ୍ରାୟତଃ ଜଙ୍ଗଲୀ ଜୀବଙ୍କ ଫାଇଟ୍‌ ଭିଡିଓ ଦେଖିବାକୁ ମିଳେ। ସେହିଭଳି କେରଳର ଏକ ଜଙ୍ଗଲରୁ ଭିଡିଓ ସାମ୍ନାକୁ ଆସିଛି। କୋବ୍ରା ଏବଂ ବଣୁଆ କୁମ୍ଭୀର (ଓ୍ବାଇଲ୍ଡ ଲିଜାର୍ଡ) ମଧ୍ୟରେ ଜବରଦସ୍ତ ଫାଇଟ୍‌ର ଭିଡିଓ ଭାଇରାଲ ହୋଇଛି। ଏମିତି ଲାଗୁଛି ଯେମିତି ଦୁଇ ବଣୁଆ ଜୀବ ନିଜ ନିଜକୁ ଗିଳିପକାଇବେ। ପିଟିଆଇର ଏକ ରିପୋର୍ଟ ମୁତାବକ, କେରଳର ଏକ ଜଙ୍ଗଲରେ ଏହି ଭିଡିଓ ସୁଟ୍‌ ହୋଇଥିବା ବେଳେ ରାସ୍ତା ଉପରେ ଅହିରାଜ ଏବଂ ବଣୁଆ କୁମ୍ଭୀର ମଧ୍ୟରେ ଲଢ଼େଇ ହୋଇଛି।

ଏହି ସମୟର ଭିଡିଓ ବନ ଅଧିକାରୀମାନେ ଉତ୍ତୋଳନ କରିଥିବା ଜଣାପଡ଼ିଛି। ଥୁଣ୍ଡମର ରେଞ୍ଜର ମହମ୍ମଦ ରଫି କହିଛନ୍ତି, ଏହା ଏକ ଦୁର୍ଲଭ ଲଢ଼େଇ ଥିଲା। ଫାଇଟ୍‌ କେମିତି ଆରମ୍ଭ ହୋଇଥିଲା ସେନେଇ ମଧ୍ୟ ମହମ୍ମଦ କହିଛନ୍ତି। ସଡ଼କର ଅପରପାର୍ଶ୍ବରୁ ଆସୁଥିବା ଅହିରାଜ ବଣୁଆ କୁମ୍ଭୀରକୁ ଦେଖି ଆକ୍ରମଣ କରିଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଭୟଙ୍କର ଲଢ଼େଇ।

ସବୁଠୁ ମଜାଦାର କଥା ହେଉଛି ବଣୁଆ କୁମ୍ଭୀର ମଧ୍ୟ ଅହିରାଜ ପ୍ରଜାତିର। ଲଢ଼େଇ ସରିବା ପରେ ଉଭୟ ଭିନ୍ନ ଭିନ୍ନ ରାସ୍ତାରେ ଚାଲିଯାଇଥିଲେ।  କିନ୍ତୁ ଭୟଙ୍କର ଲଢ଼େଇ ପରେ ମଧ୍ୟ ଦୁଇ ଜୀବଙ୍କର କିଛି ହୋଇନଥିଲା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.