Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

କେନ୍ଦ୍ରୀୟ ଆମେରିକାରେ ହରିକେନ୍‌ ‘ଏଟା’ର ତାଣ୍ଡବ, ଭୂସ୍ଖଳନରେ ୫୦ ଫୁଟ୍‌ ପଙ୍କ ତଳେ ପୋତି ହୋଇଗଲା ଘର

8/11/2020 at 7:52 PM

ଓ୍ବାସିଂଟନ୍‌ ୮/୧୧: କେନ୍ଦ୍ରୀୟ ଆମେରିକାର ଗ୍ବାଟେମାଲାରେ ହରିକେନ୍‌ ଏଟା ତାଣ୍ଡବ ରଚିଛି ।  ଏଟା  ପ୍ରଭାବରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ଘର ଉପରେ ପଙ୍ଗ ମାଡ଼ିଯାଇଥିବା ଜଣାପଡ଼ିଛି। ଏପରି ଘର ଉପରେ ୫୦ ଫୁଟ୍‌ ଉଚ୍ଚର କାଦୁଅ ମାଡ଼ିଯାଇଛି। ଏଭଳି ଘଟଣାରେ ଏବେସୁଦ୍ଧା ଡଜନେରୁ ଅଧିକ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ହୋଇଥିବା ସୂଚନା ମିଳିଛି ।

ସେପଟେ ଉଦ୍ଧାରକାରୀ ଦଳ ୧୦୦ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଜାରି ରଖିଥିବା ବେଳେ ଏଟା ପ୍ରଭାବରେ କେନ୍ଦ୍ରୀୟ ଆମେରିକାରେ ୨୧ ଜଣଙ୍କ ଜୀବନ ଯାଇଛି। ଏଟା ପ୍ରଭାବରୁ ମୂଷଳଧାରାରେ ବର୍ଷା ହେବା ଯୋଗୁଁ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ବହୁ ପାହାଡ଼ ଧସିଯାଇଥିବା ଦେଖିବାକୁ ମିଳିଛି। କେନ୍ଦ୍ରୀୟ ଗ୍ବାଟେମାଲାର କ୍ବିଜାରେ ପାହାଡ଼ ଧସିଥିବା ଯୋଗୁ ବହୁ ଲୋକ ଘର ସହ ଫସି ରହିଛନ୍ତି।

ଏବେ ଏଟାର ପ୍ରଭାବ କେନ୍ଦ୍ରୀୟ ଆମେରିକାରେ କମି କମି ଯାଉଥିବା ବେଳେ କ୍ୟୁବା ଓ ଦକ୍ଷିଣ ଫ୍ଲୋରିଡା ପ୍ରତି ବିପଦ ଘନେଇ ଆସୁଛି।

ପ୍ରବଳ ବର୍ଷା ଯୋଗୁ କ୍ବିଜାରେ ଶନିବାର ପାହଡ଼ ଧସିଥିଲା । ତେବେ ସେଠାକାର ଘରସବୁ ୫୦ ଫୁଟ ପଙ୍କ ତଳେ ଫସି ରହିଛି। ସେଠାରେ ଫସି ରହିଥିବା ଲୋକଙ୍କୁ କେବଳ ସକାଳେ ଉଦ୍ଧାର କରାଯାଉଛି। କାରଣ ସେଠାକୁ ଅନ୍ୟ ସମୟରେ ଗଲେ ଉଦ୍ଧାରକାରୀ ଦଳଙ୍କ ପ୍ରତି ବିପଦ ଅଛି ବୋଲି ଏମର୍ଜେନ୍ସି ଓ୍ବାର୍କର ଜୁଆନ ଲିଲ୍‌ କହିଛନ୍ତି।

   Related Posts