ରାହୁଲ ଗାନ୍ଧୀଙ୍କ ବିଷୟରେ ମୋଦୀଙ୍କ ଟିପ୍ପଣୀ - ଟ୍ୟୁବଲାଇଟ୍‌ ସହ ଏପରି ହୁଏ

Published By : Prameya-News7 Bureau | February 06, 2020 IST

ନୂଆଦିଲ୍ଲୀ ୦୬।୦୧ - ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ମୋଦୀ ଲୋକ ସଭାରେ ଏକ ବୟାନ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ କହିବା ସମୟରେ ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ମୋଦୀ ସାମ୍ନା ସାମ୍ନି ହୋଇଥିଲେ । ଏହି ସମୟରେ ମୋଦୀ କାହାର ନାମ ନ ନେଇ ଟ୍ୟୁବଲାଇଟ୍‌ ସହ ଏପରି ହୁଏ ବୋଲି କହିଛନ୍ତି ।

ଗତକାଲି କଂଗ୍ରେସର ଜଣେ ନେତାଙ୍କର ଘୋଷଣାପତ୍ର ଶୁଣିଛି। ତାଙ୍କର ଘୋଷଣରେ ୬ ମାସପରେ ମୋଦୀଙ୍କ ପିଠିରେ ଲାଠି ବସିବ ବୋଲି କହିଥିବା ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ୟ କରି କହିଛନ୍ତି । ଆଜତକରେ ବାହାରିଥିବା ଖବର ଅନୁଯାୟୀ ମୋଦୀ ୬ ମାସ ମଧ୍ୟରେ ସୂର୍ଯ୍ୟ ନମସ୍କାର ସଂଖ୍ୟା ବୃଦ୍ଧି କରିବେ , କାରଣ ଆଜିଯାଏଁ ୨୦ ବର୍ଷ ଧରି ଏପରି ଖରାପ ଗାଳି ଶୁଣୁଛନ୍ତି ଏବେ ନିଜକୁ ଗାଳି ପ୍ରୁଫ୍‌ କରି ଦେଇଛନ୍ତି । ୬ ମାସରେ ସୂର୍ଯ୍ୟ ନମସ୍କାର କରି ପିଠିକୁ ଏପରି କରି ଦେବି ଯେ ଲାଠି ମାଡରେ ବି ପିଠି କିଛି ହେବ ନାହିଁ । ପ୍ରଥମରୁ ଘୋଷଣା କରି ଦେଇଥିବାରୁ ଧନ୍ୟବାଦ, ବ୍ୟାୟମ କରିବାପାଇଁ ୬ ମାସ ସମୟ ମିଳିଗଲା ।

ଏହାର ଜବାବରେ ରାହୁଲ ଗାନ୍ଧୀ ନିଜ ଆସନରେ ଛିଡା ହୋଇ ଟିପ୍ପଣୀ କରିଥିଲେ । ମୋଦୀ ଏହାର ପ୍ରତିକ୍ରିୟାରେ ଗତ ୪୦ ମିନିଟ ଧରି କହୁଥିବା ବେଳେ କରେଣ୍ଟ ପହଞ୍ଚିବା ପାଇଁ ସମୟ ଲାଗିଲା, ଟ୍ୟୁବଲାଇଟ୍‌ ସହ ଏପରି ହୁଏ ବୋଲି କହିଛନ୍ତି । ଏହାପରେ ବି ରାହୁଲ ଗାନ୍ଧୀ ନିଜ ଆସନରେ କିଛି କହୁଥିବାର ଦେଖିବାକୁ ମିଳିଥିଲା ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀର ହୌଜି ରାନିରେ ଏକ ଜନ ସଭାରୁ ସମ୍ବୋଧିତ କରିବା ଅବସରରେ , ମୋଦୀ ଯେଉଁ ଭାଷଣ ଦେଉଛନ୍ତି ୬ ମାସ ପରେ ସେ ଘରୁ ବାହାରକୁ ବାହାରି ପାରିବେ ନାହିଁ , ହିନ୍ଦୁସ୍ତାନ ଯୁବା ତାଙ୍କୁ ଏପରି ଦଣ୍ଡା ମାରିବେ, କାରଣ ଦେଶର ଜନତାଙ୍କୁ ରୋଜଗାର ଦିଆଯାଉ ନାହିଁ , ରୋଜଗାର ବିନା ଦେଶ ଆଗକୁ ବଢି ପାରିବ ନାହିଁ ।

ରାହୁଲଙ୍କ ଏହି ବୟାନକୁ ବିଜେପି ପକ୍ଷରୁ ସମାଲୋଚନା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.