ମହମ୍ମଦଙ୍କ କାର୍ଟୁନ ପାଇଁ ଗଡ଼ିଲା ୨ମୁଣ୍ଡ : ଶିକ୍ଷକଙ୍କ ମୁଣ୍ଡ କାଟିଥିବା ମୌଳବାଦୀକୁ ଗୁଳି କଲା ପୋଲିସ୍

Published By : Prameya-News7 Bureau | October 17, 2020 IST

ପ୍ୟାରିସ୍ ୧୭/୧୦: ପ୍ୟାରିସରେ ଜଣେ ବ୍ୟକ୍ତି ତାଙ୍କ ଶିକ୍ଷକଙ୍କ ମୁଣ୍ଡ କାଟି ଦେଇଛନ୍ତି କାରଣ ସେ ପୈଗମ୍ବର ମହମ୍ମଦଙ୍କ କାର୍ଟୁନ ନିଜ ଛାତ୍ରଙ୍କୁ ଦେଖାଇଥିଲେ । କୁହାଯାଉଛି ଯେ ଏହା ପରେ ଏହି ବ୍ୟକ୍ତି ସ୍ଳୋଗାନ୍ ଦେବାକୁ ଲାଗିଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସକୁ ସେ ବନ୍ଧୁକ ଦେଖାଇଥିଲା ଏବଂ ଭୟଭୀତ କରିବାକୁ ଉଦ୍ୟମ କରିଥିଲା। ପରେ ପୋଲିସ୍ ତାକୁ ଗୁଳି କରି ଦେଇଥିଲା।

ଏକ ସମାଚାର ଏଜେନ୍ସି ମୁତାବକ ଇତିହାସର ଶିକ୍ଷକ ନିଜ ଛାତ୍ରଙ୍କୁ ପୈଗମ୍ବର ମହମ୍ମଦର କାର୍ଟୁନ ଦେଖାଇଥିଲେ। ଏଥିରେ ବ୍ୟକ୍ତି ରାଗି ଯାଇଥିଲା। କାର୍ଟୁନ ଦେଖାଇବାରୁ ଅସନ୍ତୁଷ୍ଟ ବ୍ୟକ୍ତି ଶିକ୍ଷକଙ୍କ ନିକଟକୁ ଛୁରୀ ଧରି ପହଞ୍ଚିଥିଲା ଏବଂ ତାଙ୍କ ମୁଣ୍ଡ କାଟି ଦେଇଥିଲା। ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଭିଯୁକ୍ତ ସେଠାରେ ଉପସ୍ଥିତ ଥିଲା। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମେକ୍ରୋ ପ୍ୟାରିସର ଉତ୍ତର-ପଶ୍ଚିମ ଉପନଗରରେ ଜଣେ ଶିକ୍ଷକଙ୍କ ମୁଣ୍ଡ କଟାଯିବା ଘଟଣାର ନିନ୍ଦା କରିଛନ୍ତି।

ପୋଲିସ୍ ଅଭିଯୁକ୍ତକୁ ବନ୍ଧୁକ ପକାଇବାକୁ କହିଥିଲା। କିନ୍ତୁ ସେ ପୋଲିସକୁ ବନ୍ଧୁକ ଦେଖାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କିଛି ଦୂର ଯାଇ ସେହି ବ୍ୟକ୍ତି ପୁଣି ଥରେ ପୋଲିସକୁ ବନ୍ଧୁକ ଦେଖାଇଥିଲା ଏବଂ ଆତ୍ମସମର୍ପଣ କରିବାକୁ ମନା କରି ଦେଇଥିଲା। ଏହି ସମୟରେ ପୋଲିସ୍ ତାକୁ ଗୁଳି କରି ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.