ଶ୍ରୀମନ୍ଦିର ଏବଂ ସୂର୍ଯ୍ୟ ମନ୍ଦିରର ଅନୁଧ୍ୟାନ କଲେ ଏଏସ୍ଆଇ ପ୍ରତିନିଧି ଦଳ

Published By : Prameya-News7 Bureau | May 11, 2019 IST

ପୁରୀ ୧୧।୫: ପ୍ରଳୟକାରୀ ସାମୁଦ୍ରିକ ଝଡ଼ ଫୋନି ସୂର୍ଯ୍ୟମନ୍ଦିର ଢ଼ାଞ୍ଚା କ୍ଷତିଗ୍ରସ୍ତ ହୋଇନାହିଁ। ସୂର୍ଯ୍ୟମନ୍ଦିର ସୁରକ୍ଷିତ ଅଛି ​ବୋଲି ଶୁକ୍ରାବର ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଅନୁଧ୍ୟାନ କଲା ପରେ କହିଛନ୍ତି।

{"id":110804}

ଏଏସ୍ଆଇ ମହାନିର୍ଦ୍ଦେଶକ ଉଷା ଶର୍ମାଙ୍କ ନେତୃତ୍ବରେ ଆସିଥିବା ଏହି ପ୍ରତିନିଧି ଦଳ ସୂର୍ଯ୍ୟମନ୍ଦିର ଓ ଶ୍ରୀମନ୍ଦିର ବୁଲି ଦେଖିଥିଲେ। ପ୍ରତିନିଧି ଦଳ ସୁତ୍ରରୁ ପ୍ରକାଶ ଯେ, ସୂର୍ଯ୍ୟମନ୍ଦିର ପରିସରରେ ଥିବା ୨୦୦ରୁ ଅଧିକ ଗଛ ଉପୁଡ଼ି ପଡ଼ିଛି। ଏହାକୁ ସଫେଇ କରାଯାଉଛି। ବାତ୍ୟା ଯୋଗୁଁ ବନ୍ଦ ରହିଥିବା ସୂର୍ଯ୍ୟମନ୍ଦିର ଆସନ୍ତା ୧୪ ତାରିଖରେ ଖୋଳିବ। ୧୫ଦିନ ମଧ୍ୟରେ ମନ୍ଦିର ପରିସରରେ ପଡ଼ିରହିଥିବା ଭଙ୍ଗା ଗଛ, ଅଳିଆ ଆବର୍ଜନଗୁଡ଼ିକୁ ସମ୍ପୂର୍ଣ୍ଣ ସଫେି କରିବାକୁ ଟିମ୍ ନିର୍ଦେଶ ଦେଇଛି।

{"id":110802}

ଶର୍ମାଙ୍କ ନେତୃତ୍ବରେ ଏଏସ୍ଆଇ ଏକ ପ୍ରତିନିଧି ଦଳ ଏବେ ଓଡ଼ିଶା ଗସ୍ତରେ ଅଛନ୍ତି। ଫୋନି ଯୋଗୁଁ ଶ୍ରୀମନ୍ଦିର ଓ ସୂର୍ଯ୍ୟମନ୍ଦିର କ୍ଷୟକ୍ଷତି ଆକଳନ କରିବା ଏହି ପ୍ରତିନିଧି ଦଳର ଲକ୍ଷ୍ୟ। ଶୁକ୍ରବାର ଅପରାହ୍ନରେ ଶର୍ମାଙ୍କ ସହ ପ୍ରତିନିଧି ଦଳର ସଦସ୍ୟମାନେ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ବ ବୁଲି ତନ ତନ କରି ଦେଖିଥିଲେ। ପୂର୍ବ ଉତ୍ତର ପାର୍ଶ୍ବରେ ଲଗାଯାଇଥିବା ପୁରୁଣା ଲୁହା ରେଲିଂଗୁଡ଼ିକୁ ଖୋଲି ଦେବାକୁ ସଦସ୍ୟମାନେ କହିଥିଲେ। ମନ୍ଦିର ଯେଭଳି ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ମହାନିର୍ଦେଶକ। ବାତ୍ୟା ଯୋଗୁ ମନ୍ଦିରର ବିଦ୍ୟୁତ୍ ବ୍ୟବସ୍ଥା, ଆଲୋକୀକରଣ ଓ ଇଣ୍ଟରନେଟ୍ ସେବା ବ୍ୟାହତ ହୋଇଛି। ଏହାର ପୁନରୁଦ୍ଧାର ପାଇଁ ସମୟ ଲାଗିବ।

{"id":110803}

ଏହି ଗସ୍ତର ସମୟରେ ଭୁବନେଶ୍ବର ସର୍କଲ ସୁପରିଣ୍ଟେଣ୍ଡଣ୍ଟ ଅରୁଣ ମଲ୍ଲିକ, ଚିତ୍ତରଞ୍ଜନ ଦାସ, ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନଙ୍କ ସହ ଏଏସ୍ଆଇ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଫୋନି ପୂର୍ବରୁ ଗତ ୨ ତାରିଖ ଅପରାହ୍ନରୁ ସୂର୍ଯ୍ୟମନ୍ଦିର ବନ୍ଦ ରହିଥିଲା।

ଏଏସ୍ଆଇ ଡିଜି ଓ ପ୍ରତିନିଧିମାନେ ଶ୍ରୀମନ୍ଦିରର ବିଭିନ୍ନ ଅଂଶ ବୁଲି ଦେଖିଥିଲେ। ଫୋନି ପ୍ରଭାବରେ କ୍ଷୟକ୍ଷତି ଦେଖିଥିଲେ। ଶ୍ରୀମନ୍ଦିର ପରିଚାଳନା କିମଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, ମାଧବ ପୂଜାପଣ୍ଡା, ମାଧବ ମହାପାତ୍ର, ସୁପରିଣ୍ଟେଣ୍ଡଣ୍ଟ ବୈଷୟିକ କମିଟି ଯନ୍ତ୍ରୀ ଡ.ଏନ.ସି ପାଲଙ୍କ ସମେତ ଶ୍ରୀମନ୍ଦିର ନୀତି ପ୍ରଶାସକ, ସୁରକ୍ଷା ପ୍ରଶାସକ, ଯନ୍ତ୍ରୀମାନେ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.