କୃଷକଙ୍କ ତୀବ୍ର ଆନ୍ଦୋଳନ ଦେଖି ଜେପି ନଡ୍ଡାଙ୍କ ଘରେ ଉଚ୍ଚସ୍ତରୀୟ ବୈଠକ, ଗୃହ ମନ୍ତ୍ରୀ, ପ୍ରତିରକ୍ଷା ଓ କୃଷି ମନ୍ତ୍ରୀ ସାମିଲ

Published By : Prameya-News7 Bureau | November 29, 2020 IST

ନୂଆଦିଲ୍ଲୀ ୨୯।୧୧: ନୂତନ କୃଷି ଆଇନ୍‌ ବିରୋଧରେ ରାଜଧାନୀରେ କୃଷକଙ୍କ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି। ଚାଷୀ ପଛକୁ ହଟିବାକୁ ପ୍ରସ୍ତୁତ ନାହାନ୍ତି। ଆନ୍ଦୋଳନ ବ୍ୟାପକ ରୂପ ନେଉଥିବା ଦେଖି ବିଜେପି ସଭାପତି ଜେପି ନଡ୍ଡାଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ଚାଲିଛି। ବୈଠକରେ ବିଜେପି ସଭାପତିଙ୍କ ବ୍ୟତୀତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସାମିଲ।

କୃଷି ଆଇନ ବିରୋଧରେ ଆନ୍ଦୋଳନ ରବିବାର ଚତୁର୍ଥ ଦିନରେ ପହଞ୍ଚିଛି। କୃଷକ ନଭେମ୍ଵର ୨୬ରୁ ଦିଲ୍ଲୀ ବର୍ଡରରେ ପ୍ରଦର୍ଶନ କରୁଛନ୍ତି। ଆନ୍ଦୋଳନକାରୀ କୃଷକ ଦିଲ୍ଲୀ-ହରିୟାଣା ସୀମା ସିନ୍ଧୁ ବର୍ଡରରେ ଡେରା ପକାଇଛନ୍ତି। କିଛି ଚାଷୀ ଦିଲ୍ଲୀର ନିରଙ୍କାରୀ ପଡିଆରେ ଉପସ୍ଥିତ ଅଛନ୍ତି। ଶନିବାର କୃଷକ ସଂଘ ସିନ୍ଧୁ ବର୍ଡରରେ ହିଁ ଆନ୍ଦୋଳନ ଜାରି ରଖିବେ ଓ ବୁରାଡିର ନିରଙ୍କାରୀ  ପଡିଆକୁ ନଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ସ୍ଥିର କରିଛନ୍ତି ଯେ, ପ୍ରତିଦିନ ପୂର୍ବାହ୍ନ ୧୧ଟାରେ ବୈଠକ କରିବେ ଓ ଆଗାମୀ ରଣନୀତି ପ୍ରସ୍ତୁତ କରିବେ।

କିଷାନ ସଂଗଠନ ଭାରତୀୟ କିଷାନ ୟୁନିୟନ ପଞ୍ଜାବର ରାଜ୍ୟ ସଭାପତି ସୁରଜିତ ସିଂହ ଫୁଲ କହିଛନ୍ତି, ଆଲୋଚନା ପାଇଁ ରଖାଯାଇଥିବା ସର୍ତ୍ତ କୃଷକଙ୍କ ପାଇଁ ଅପମାନ। ଆମେ ବୁରାଡି କେବେ ବି ଯିବୁନି। ବୁରାଡି ଓପନ ପାର୍କ ନୁହେଁ ଏକ ଓପନ ଜେଲ୍‌ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଚାଷୀ ଭାଇମାନେ ବୁରାଡି ଯିବା ପରିବର୍ତ୍ତେ ଦିଲ୍ଲୀର ପାଞ୍ଚ ପ୍ରବେଶ ପଥକୁ ଘେରାଉ କରିବେ। ଆମ ପାଖରେ ଚାରି ମାସର ରାସନ ସାମଗ୍ରୀ ରହିଛି। ତେଣୁ ଆମ ପାଇଁ କିଛି ଚିନ୍ତାର ବିଷୟ ନାହିଁ। ଆମର ଅପରେସନ କମିଟି ଆଗକୁ ଏ ନେଇ ନିଷ୍ପତ୍ତି ନେବେ। ଆମେ ନିଜର ମଞ୍ଚରେ କୌଣସି ରାଜନୈତିକ ପାର୍ଟିକୁ ଜାଗା ଦେବୁ ନାହିଁ। ଆମେ ଦୁଇ ମାସ ହେଲା ଆନ୍ଦୋଳନ କରୁଛୁ। ସେ କଂଗ୍ରେସ ହେଉ କି ବିଜେପି କୌଣସି ପାର୍ଟିକୁ ନିଜ ମଞ୍ଚରେ ସ୍ଥାନ ଦେବୁ ନାହିଁ। ଆମ ଦାବି ନମାନିବା ପର୍ଯ୍ୟନ୍ତ ଦିଲ୍ଲୀକୁ ସଂଯୋଗ କରୁଥିବା ପ୍ରବେଶ ପଥ ବନ୍ଦ କରି ଦେବୁ।ଚ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.