ଚମ୍ପୁଆ ରେଞ୍ଜରେ ହାତୀ ପଲଙ୍କ ଆତଙ୍କ
12/08/2018 at 6:30 AM

କେନ୍ଦୁଝର ୧୨/୮ : କେନ୍ଦୁଝର ଚମ୍ପୁଆ ରେଞ୍ଜରେ ହାତୀ ପଲଙ୍କ ଆତଙ୍କ । ବର୍ଧନା ଗାଁ ନିକଟରେ ବୁଲୁଛନ୍ତି ୨୨ଟି ହାତୀ । ରରୁଆଗୁଡାଠାରେ ବୈତରଣୀ ନଦୀ ପାର ହୋଇ ଆସିଛନ୍ତି ହାତୀ ପଲ । ଝାଡଖଣ୍ଡରୁ ଆସିଥିବା ଏହି ହାତୀ ପଲ ଯୋଗୁ ଗାଁ ଲୋକେ ଆତଙ୍କିତ ହୋଇ ଯାଇଛନ୍ତି । ହାତୀ ପଲ ଉପରେ ନଜର ରଖିଛନ୍ତି ବନ କର୍ମଚାରୀ । ସେମାନଙ୍କୁ ଜଙ୍ଗଲ ଭିତରକୁ ଘଉଡାଇବାକୁ ଯୋଜନା କରୁଛି ବନ ବିଭାଗ ।