ମହିଳାଙ୍କୁ ଡରାଇ ଅପରେସନ କରି ଦେଉଥିଲେ ଡାକ୍ତର : ୪୬୫ବର୍ଷର ଆଜୀବନ ଜେଲ୍ ଦଣ୍ଡ ଶୁଣାଇଲେ କୋର୍ଟ

Published By : Prameya-News7 Bureau | November 12, 2020 IST

ଆମେରିକାର ଭର୍ଜିନିଆରେ ଜଣେ ଡାକ୍ତରଙ୍କୁ ରୋଗୀଙ୍କ ଅନାବଶ୍ୟକ ଅପରେସନ କରିବା ପାଇଁ ୪୬୫ବର୍ଷ ଜେଲ୍ ଦଣ୍ଡ ଶୁଣାଯାଇଛି। ଅଭିଯୋଗ ହୋଇଛି ଯେ ଗାଇନୋକୋଲଜିଷ୍ଟ ଏପରି ରୋଗୀଙ୍କ ଅପରେସନ କରୁଥିଲା ଯେଉଁମାନଙ୍କର ଅପରେସନ ଆବଶ୍ୟକ ହେଉନଥିଲା।

ଆମେରିକାର କୋର୍ଟ ସୋମବାର ରୋଗୀଙ୍କୁ ସର୍ଜରୀ କରିବା ପାଇଁ ଚାପ ପ୍ରୟୋଗ ଅଭିଯୋଗରେ ଡାକ୍ତର ଜାଭେଦ ପେରଭେଜଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା । ଡାକ୍ତର ଜଣକ ଘରୋଇ ଏବଂ ସରକାରୀ ବୀମା କମ୍ପାନୀକୁ ଲକ୍ଷ ଡଲାରର ବିଲ୍ ଦେଇ ଅନେକ ଟଙ୍କା ରୋଜଗାର କରିଥିଲେ। ଅତି କମ୍‌ରେ ୨୦୧୦ମସିହା ପରଠୁ ତାଙ୍କର ଏହି କାମ ବଢ଼ି ଯାଇଥିଲା।

କୋର୍ଟର ରେକର୍ଡ଼ରୁ ଜଣା ପଡ଼ିଥାଏ ଯେ ସେ ଗର୍ଭବତୀ ମହିଳାଙ୍କୁ ଅପରେସନ ଜରିଆରେ ଡେଲିଭରି କରିବାକୁ ପ୍ରଲୋଭିତ କରିଥିଲେ। ବିକଳ୍ପ ଭାବରେ ଅପରିବର୍ତ୍ତନୀୟ ବନ୍ଧ୍ୟାତ୍ବର ପ୍ରତୀକ୍ଷା ଅବଧିର ସେ ଉଲ୍ଲଙ୍ଘନ କରିଥିଲେ। ଏହା ବଦଳରେ ସେ ହଜାର ଡଲାରର ବୀମା କମ୍ପାନୀକୁ ବିଲ୍ ଦେଇଥିଲେ ଯାହା ସେ ଅନାବଶ୍ୟକ ଭାବେ କରିଥିଲେ।

ପେରଭେଜ ନିଜ ରୋଗୀମାନଙ୍କୁ କହୁଥିଲେ ଯେ ସର୍ଜରୀ ଅତ୍ୟନ୍ତ ଜରୁରୀ। କ୍ୟାନସରକୁ ରୋକିବା ପାଇଁ ରୋଗୀଙ୍କୁ ଏପରି କରିବାକୁ ସେ ପରାମର୍ଶ ଦେଉଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.