Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

ଚୋରା ମଦ ବେପାରୀଙ୍କୁ ହଲାପଟା କଲେ ମହିଳା ଗୋଷ୍ଠୀ, ଗାଁରେ ପଶିଲେ ପେଟି-ପେଟି ମଦ ବୋତଲ ଭାଙ୍ଗିଲେ

26/07/2020 at 6:38 PM

ଟାଙ୍ଗୀ୨୬/୭: ଗାଁରେ ମହିଳା ଗୋଷ୍ଠିର ପୋଲିସ୍ ଗିରି। ଗାଁରେ ଚୋରା ମଦ କାରବାର ବିରୋଧରେ ମେଳି ବାନ୍ଧିଛନ୍ତି ମହିଳାମାନେ। ଯିଏ  ବି ଚୋରାରେ ମଦ ବିକ୍ରି କରୁଛନ୍ତି, ସେମାନଙ୍କ ଘର ଉପରେ ମହିଳାମାନେ ଅତର୍କିତ ଭାବେ ଚଢ଼ାଉ କରୁଛନ୍ତି। ଖାଲି ସେତିକି ନୁହେଁ, ଯିଏ ଏହି କାର୍ଯ୍ୟରେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ଥାନାରେ ଜିମା ଦେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟରେ ଥିବା ଚନ୍ଦ୍ରାପୁଟ ଗ୍ରାମର ମହିଳା ଗୋଷ୍ଠୀ ମଦ  ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି।

ଅଠରବାଟିଆ ପଂଚାୟତ, ବଡ଼କୁଳ ପଞ୍ଚାୟତରରେ ଚୋରା ମଦ କାରବାର କରୁଥିବା ମଦ ମାଫିଆଙ୍କୁ ଧରିବାରେ ସଫଳ ହୋଇଛନ୍ତି ଏହି ମହିଳା ଗୋଷ୍ଠୀ। ଏଥିପାଇଁ ଆଗକୁ ଯେମିତି ଏହି ଅଞ୍ଚଳ ନିଶାମୁକ୍ତ ହେବ ମହିଳାମାନେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ବାଲୁଙ୍ଗା ଥାନା ଅଞ୍ଚଳରେ ପେଟି-ପେଟି ମଦ ଜବତ କରାଯାଇଛି। ଯେଉଁ କାର୍ଯ୍ୟକୁ ପୋଲିସ୍ କରିବା କଥା, ବର୍ତ୍ତମାନ ସେହି କାର୍ଯ୍ୟକୁ ମହିଳାମାନେ କରୁଛନ୍ତି।

   Related Posts