କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ଜଣେ ଝିଅ

Published By : Prameya-News7 Bureau | November 10, 2019 IST

ମୁମ୍ବାଇ ୧୦।୧୧ - କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ଜଣେ ଝିଅ । ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ କିଏ ଏହି ଝିଅ ଏବଂ କେମିତି ସେ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲ।  ଏ ହେଉଛନ୍ତି ସେଫାଳି ବର୍ମା। ଭାରତୀୟ ମହିଳା କ୍ରିକେଟ ଟିମର ସେ ହେଉଛନ୍ତି ବ୍ୟାଟ୍ସମ୍ୟାନ। ସେଣ୍ଟ ଲୁସିଆରେ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳା ଯାଉଥିବା ମ୍ୟାଚରେ ସେଫାଳି ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏହି ମ୍ୟାଚରେ ସେ ୪୯ ବଲରେ ୭୦ ରନ ବିସ୍ଫୋରକ ରନ କରିଛନ୍ତି।

{"id":182169}

ଏହା ଅନ୍ତଃରାଷ୍ଟ୍ରୀୟ ମ୍ୟାଚରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଧୁଆଁଧାର ମହିଳା ବ୍ୟାଟ୍ସ‌ମ୍ୟାନଙ୍କ ବୟସ ହେଉଛି ମାତ୍ର ୧୫ ବର୍ଷ। ମନେ ପକାନ୍ତୁ ୩୦ ବର୍ଷ ତଳେ ସବୁଠାରୁ କମ ବୟସର ଖେଳାଳି ଭାବେ ତେନ୍ଦୁଲକର ଭାରତୀୟ ଦଳରେ ସାମିଲ ହେବା ସହିତ ସେ ମଧ୍ୟ ତାଙ୍କର ଷ୍ଟାଇଲ ଦେଖାଇଥିଲେ। ଅର୍ଦ୍ଧଶତକ ହାସଲ କରିଥିଲେ। ସେତେବେଳେ ତେନ୍ଦୁଲକରଙ୍କୁ ବୟସ ହୋଇଥିଲା ୧୬।  ସବୁଠାରୁ କମ ବୟସରେ ଅର୍ଦ୍ଧ ଶତକ ହାସଲ କରିବାରେ ତେନ୍ଦୁଲକଙ୍କର ଏହି ରେକର୍ଡକୁ ସେଫାଳି ବର୍ମା ୧୫ ବର୍ଷ ବୟସରେ ଭାଙ୍ଗିଛନ୍ତି। ଏବେ ତାଙ୍କୁ ମଧ୍ୟ ସବୁ ଆଡୁ ବଧେଇଛି ଛୁଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.