ରାତିରେ ଶୌଚ ହେବାକୁ ଯାଇଥିବା ନାବାଳିକାଂକୁ କଲେ ଗଣଦୁଷ୍କର୍ମ, ଘଟଣାରେ ୩ ଗିରଫ

Published By : Prameya-News7 Bureau | January 07, 2019 IST

ଘାଘରା ୭/୧- ବିବାହ ଭୋଜିରେ ଯୋଗଦେବାକୁ ଯାଇଥିବା ଜଣେ ନାବାଳିକା ହୋଇଛନ୍ତି ଗଣଦୁଷ୍କର୍ମର ଶିକାର । ଘଟଣା ଘଟିଛି ଝାଡଖଣ୍ଡ ଗୁମଲାର ଏକ ଗାଁରେ ।

ଜାନୁଆରୀ ୩ତାରଖରେ ବିବାହ ଭୋଜିରେ ଯୋଗଦେବାକୁ ନିଜ ଦାଦା ସହ ଯାଇଥିଲେ ନାବାଳିକା । ରାତିରେ ନାବାଳିକା ଶୌଚହେବାକୁ ଏକାଏକା ଯାଇଥିଲେ । ନାବାଳିକା ଯିଵାପରେ ତାଙ୍କୁ ବିପୁଲ ଓ ସନ୍ଦୀପ  ନାମକ ଦୁଇ ଯୁବକ ପିଛା କରିଥିଲେ । ନାବାଳିକା ବିଲକୁ ଶୌଚ ହେବାକୁ ଯିବା ସମୟରେ ତାଙ୍କୁ ଅପହରଣ କରିନେଇଥିଲେ । ତାଙ୍କ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି ।

ବିବାହ ଭୋଜିକୁ ଯୋଗଦେବାକୁ ଯାଇଥିବା ନାବାଳିକାଙ୍କୁ ବହୁତ ସମୟ ଖୋଜାଖୋଜି କଲାପରେ ବିଳମ୍ବରେ ପାଇଥିଲେ । ଏ ସଂପର୍କରେ ପୀଡ଼ିତାଙ୍କ ଦାଦା ଜାଣିବା ପରେ ଯୁବକଙ୍କୁ ଖୋଜିଥିଲେ । ଥାନାରେ ଏତାଲା ଦେବାପରେ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଫୋଲିସ ଗିରଫ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.