Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ମାଆ ! ମୋ ଜୀବନ ବରବାଦ ହୋଇଗଲା ..୯ବର୍ଷ ପରେ ଦେହ ବ୍ୟବସାୟରୁ ମୁକ୍ତ ହୋଇଥିବା ଯୁବତୀର ଏହାଥିଲା କରୁଣ କାହାଣୀ

7/03/2019 at 4:01 PM

ବାରଣାସୀ  ୭/୩- ୧୨ବର୍ଷ ବୟସରୁ ନିଖୋଜ ହୋଇଥିବା ଜଣେ ଯୁବତୀର କରୁଣ କାହଣୀ ।  ଜଣେ ସଂପର୍କୀୟ ଅପହରଣ କରି ରେଡ଼୍ ଲାଇଟ ଏରିଆରେ ଛାଡ଼ିଦେବା ପରେ କଣ ଘଟିଥିଲା ଘଟଣା …ଆସନ୍ତୁ ଜାଣିବା ।

ବାରଣାସୀ ଶିବଦାସପୁର ରେଡ଼ଲାଇଟ ଏରିଆରୁ ଉଦ୍ଧାର ହେବା ପରେ ଶୀବାନୀ ନାମକ ଜଣେ ଯୁବତୀ କହିଥିଲା ଏପରି କରୁଣ କାହାଣୀ ।

ସେ ଛୋଟଥିବା ବେଳେ ଜଣେ ସଂପର୍କୀୟ କରିନେଇଥିଲେ ଅପହରଣ । ଧମକଚମକ ଦେଖାଇ  ଏପରିକି ମାଡ଼ ମାରି ମଧ୍ୟ ନେଇଯାଇଥିଲେ । ମୁହଁ ଫିଟାଇଲେ ନିସ୍ତୁକ ମାଡ଼ ମଧ୍ୟ ଦେଉଥିଲେ । ସେ ନାବାଳିକା ଶିବାନୀକୁ ଅପହରଣ କରିବା କଥା କେହି ପରିବାର ଲୋକ ମଧ୍ୟ ଜାଣି ନଥିଲେ ।

ଚନ୍ଦୌଳୀ ଧିନା ଥାନା ଅଂଚଳରେ ଜଣେ ବ୍ୟକ୍ତି ନିଜର ୧୨ବର୍ଷ ବୟସ୍କ କେହି ଅପହରଣ କରିନେଇଥିବା ନେଇ ଅଭିଯୋଗ ଆଣିଥିଲେ । ଥାନାରେ ଅଭିଯୋଗ ପରେ ଶିବାନୀର ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇ ନଥିଲେ ।

ସେପଟେ ଜଣେ ସଂପର୍କୀୟ ନାବାଳିକା ଶିବାନୀକୁ ଅପହରଣ କରିବା ଓ ଏପଟେ ପରିବାର ଲୋକ ଖୋଜାଖୋଜି ନ ପାଇବା ଘଟଣା କିଛିଦିନ ପରେ ଶାନ୍ତ ପଡ଼ିଯାଇଥିଲା । ପରିବାରଲୋକ ବହୁ ଖୋଜାଖୋଜି ପରେ କିଛି ଖବର ପାଇ ନଥିଲେ । ନାବାଳିକା ଝିଅ ମିଳିବନି ଭାବି ଚୁପ୍ ରହିଯାଇଥିଲେ ।

ବାରଣାସୀର ଶିବଦାସପୁର ରେଡ଼ ଲାଇଟ ଏରିଆର ଶିବାନୀ ଥିବା କଥା ଖବର ମିଳିଲା । ଏହି ଖବର ମିଳିବା ପରେ ପରିବାର ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା । ଶିବାନୀର ବାପା ଜଣେ ସଂପର୍କୀୟ ଭାଇକୁ ଶିବଦାସପୁର ରେଡ଼ ଲାଇଟ ଏରିଆ ପଠାଇଥିଲେ । ସେଠାରେ ଶିବାନୀର ସଂପର୍କୀୟ ଭାଇ ଗରାଖ ସାଜି ରେଡ଼ଲାଇଟ ଏରିଆକୁ ଯାଇଥିଲା . ସେଠାରେ ଶିବାନୀକୁ ଦେଖି ଗୋପନରେ ଫଟୋ ଆଣିଥବା ସହ ନିଜ ଭଉଣୀ ବୋଲି ଚିହ୍ନି ଫେରିଆସିଥିଲା ।

ଏହି ଘଟଣାରେ ଶିବାନୀର ପରିବାର ପକ୍ଷରୁ ଥାନାର ସହାୟତା ନେଇଥିଲେ । ଥାନାଧିକାରୀ ଏହି ମାମଲାରେ ଶିଦାସପୁର ରେଡ଼ଲାଇଟ ଏରିଆରେ ଶିବାନୀ ରହୁଥିବା ସ୍ଥାନରେ ଚଢ଼ଉ କରିଥିଲା । ସେଠାରୁ ୩ଜଣ ମହିଳା ଓ ୨ଜଣ ଗରାଖଙ୍କୁ ମଧ୍ୟ ଅଂସଯତ ଅବସ୍ଥାରେ ଗିରଫ କରିଥିଲା  ଓ ଶିବାନୀକୁ ମଧ୍ୟ ସେଠାରୁ ଉଦ୍ଧାର କରିଥିଲା ।   

ରେଡ଼ ଲାଇଟ ଏରିଆରୁ ଶିବାନୀ ମୁକ୍ତ ହେବା ପରେ ବଖାଣିଥିଲା ଜୀବନର କରୁଣ କାହାଣୀ ।

ତାଙ୍କୁ ଜଣେ ସଂପର୍କୀୟ ଅପହରଣ କରିନେଲା ପରେ ବିକ୍ରି କରିଦେଇଥିଲା ଶିବଦାସପୁର ରେଡ଼ ଏରିଆରେ । ସେତେବେଳକୁ ଶିବାନୀକୁ ହୋଇଥିଲା ମାତ୍ର ବାର ବର୍ଷ । ଦୁନିଆ କଣ ଜାଣିବା ଆଗରୁ ଜୀବନକୁ ଚିହ୍ନିବାକୁ ହୋଇଥିଲା ବାଧ୍ୟ ।  ଦେହର ଭୋକ ମେଣ୍ଟେଇବାକୁ ଆସୁଥିବା ଅନେକ ନର ରାକ୍ଷସମାନଙ୍କର ଅତ୍ୟାଚାରରେ ଶିବାନୀ ହୋଇଯାଉଥିଲା ଅଣନିଃଶ୍ଵାସୀ । ସଜେଇହୋଇ ଗରାଖମାନଙ୍କୁ ଆକୃଷ୍ଟ କରିବାକୁ ପଡ଼ୁଥିଲା ସକାଳରୁ ମଧ୍ୟରାତ୍ର ଯାଏଁ । ଖାଇବାକୁ ଗଣ୍ଡେଦେବା ବଦଳରେ ସର୍ଦ୍ଦାରୁଣୀ ଦିନସାରା ଲଗାଉଥିଲା ଦେହ ବ୍ୟବସାୟରେ ତାଙ୍କୁ । ଦେହ ଖରାପ କଥା କହିଲେ ନିର୍ଧୁମ ମାଡ଼ ଖାଇବାକୁ ପଡ଼ୁଥିଲା । ଯଦି କୌଣସିଦିନ ଗରାଖ ଆସିବା କମ୍ ହେଉଥିଲା ସେଥିପାଇଁ ମାଡ଼ ଖାଇବାକୁ ବି ପଡ଼ୁଥିଲା । ଗୋଟିଏ ଖେଳନା କଣ୍ଢେଇପରି ତାଙ୍କୁ ବଂଚିବାକୁ ପଡ଼ୁଥିଲା । ଯେତେବେଳେ ୧୨ବର୍ଷ ବୟସ ହୋଇଥିଲା ଶିବାନୀକୁ ସେତେବେଳେ ଏସବୁବାବଦରେ ଜାଣି ନଥିଲେ ବି ତାକୁ ଜୀବନସାରା ଏହିକାମ କରିବାକୁ ପଡ଼ିବ ବୋଲି ବୁଝେଇଦେଇଥିଲେ । ଯେତେ ଚାହିଁଲେ ବି ଏହି ଡ଼୍ୟାନ ଭିତରୁ ଖସିଯାଇପାରିବନି । ଏଇଟା ତା ପାଇଁ ସ୍ଵର୍ଗ-ଏଇଟା ନର୍କ ମାଲିକାଣୀ ବୁଝାଇଦେଇଥିଲା । ଯେତେ ଗରାଖ ସନ୍ତୁଷ୍ଟ କରିପାରିବ ସେତେ ମାଲିକାଣୀର ଆଦରଣୀୟା ହେବ ବୋଲି ମଧ୍ୟ ବୁଝାଯାଇଥିଲା ।

ଶିବାନୀ କେବେ ଭାବି ନ ଥିଲା ସେହି ନର୍କରୁ କେହି ଉଦ୍ଧାର କରିବେ କେହି । ଘରକୁ ଫେରିବା ପରେ ମାଆକୁ ଧରି କାନ୍ଦି ପକେଇଥିଲା ଶିବାନୀ । କହିଲା –ମାଆ ମୋ ଜୀବନ ବର୍ବାଦ ହୋଇଗଲା … ମୋତେ ନରକରୁ ଉଦ୍ଧାର କରି ନଥିଲେ ମୁଁ ଏମିତି ବି ସେଠାରେ ଥାଆନ୍ତି । ଏହି କଥା ଶୁଣି ଶିବାନିର ମାଆ ମଧ୍ୟ କାନ୍ଦି ପକେଇଥିଲା ।

ବାରଣାସୀର ଶିବଦାସପୁର ପୋଲିସ ଏହି ଘଟଣାର କିଙ୍ଗପିନ ତଥା ରାଣୀ ମହୁମାଛିକୁ ଗିରଫ କରିବା ସହ ଆଡ଼୍ଡ଼ା ବନ୍ଦ କରିଦେଇଛି ।

   Related Posts